ଗୁଜରାଟ କ୍ୟାପଟେନ ଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଜରିମାନା, ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ କରିଥିଲେ ଏହି ଭୁଲ୍
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ମ ସଂସ୍କରଣର ସପ୍ତମ ମ୍ୟାଚ୍ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ୍ ଟାଇଟନ୍ସ ୬୩ ରନ୍ରେ ପରାସ୍ତ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଦମ୍ଦାର ବ୍ୟାଟିଂ ଓ ବୋଲିଂ କରିବା ସହ ବୃହତ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ […]

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ମ ସଂସ୍କରଣର ସପ୍ତମ ମ୍ୟାଚ୍ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ୍ ଟାଇଟନ୍ସ ୬୩ ରନ୍ରେ ପରାସ୍ତ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଦମ୍ଦାର ବ୍ୟାଟିଂ ଓ ବୋଲିଂ କରିବା ସହ ବୃହତ ବିଜୟ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇର ଏହା କ୍ରମାଗତ ଦ୍ବିତୀୟ ବିଜୟ । ଦଳ ପ୍ରଥମ ମ୍ୟାଚରେ ଆରସିବିକୁ ହରାଇଥିଲା ।
ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ଶୋଚନୀୟ ପରାଜୟ ପରେ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁଭମାନ ଗିଲଙ୍କୁ ଆଉ ଏକ ଝଟକା ଲାଗିଛି । ଏହି ମ୍ୟାଚରେ ତାଙ୍କ ଦଳର ମନ୍ଥର ଓଭର ହାର ଯୋଗୁଁ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ଚେନ୍ନାଇ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଗିଲଙ୍କ ନେତୃତ୍ଵାଧୀନ ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ବିରୋଧରେ ମନ୍ଥର ଓଭର ରେଟ୍ ଅଭିଯୋଗ ହୋଇଥିଲା। ଏହି କାରଣରୁ ଅଧିନାୟକ ଶୁଭମାନ ଗିଲଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ହୋଇଥିବା ଆଇପିଏଲ ଏକ ବିବୃତ୍ତିରେ କହିଛି । ଆଇପିଏଲ୍ ବିବୃତ୍ତି ଅନୁସାରେ, ଏହା ଗୁଜରାଟ ଟାଇଟନ୍ସର ପ୍ରଥମ ଭୁଲ୍ ହୋଇଥିବାରୁ ଆଇପିଏଲ ଆଚରଣ ବିଧି ଅନୁଯାୟୀ ଦଳ ଉପରେ ସର୍ବନିମ୍ନ ଦଣ୍ଡବିଧାନ କରାଯାଇଛି।