ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି

ଗାନ୍ଧିନଗର,୨୯।୮: ଗୁଜରାଟରେ ଲଗାଣ ବର୍ଷା ଫଳରେ ଏଠାରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଛି। ଏପର୍ଯ୍ୟନ୍ତ ୧୮,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଛି। ଅଗଷ୍ଟ ୩୦ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଏହି ବନ୍ୟାକୁ ନେଇ ଜଣେ ବ୍ୟକ୍ତି କହିଛନ୍ତି, ବର୍ଷା ଯୋଗୁଁ ଜଳସ୍ତର ବଢିଛି ଯାହା ଫଳରେ ତାଙ୍କର ତିନୋଟି କାର ନଷ୍ଟ ହୋଇଯାଇଛି। ଭଦୋଦରା ନିବାସୀ […] The post ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି appeared first on Dharitri Odia News.

ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି

ଗାନ୍ଧିନଗର,୨୯।୮: ଗୁଜରାଟରେ ଲଗାଣ ବର୍ଷା ଫଳରେ ଏଠାରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଛି। ଏପର୍ଯ୍ୟନ୍ତ ୧୮,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଛି। ଅଗଷ୍ଟ ୩୦ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି।
ଏହି ବନ୍ୟାକୁ ନେଇ ଜଣେ ବ୍ୟକ୍ତି କହିଛନ୍ତି, ବର୍ଷା ଯୋଗୁଁ ଜଳସ୍ତର ବଢିଛି ଯାହା ଫଳରେ ତାଙ୍କର ତିନୋଟି କାର ନଷ୍ଟ ହୋଇଯାଇଛି। ଭଦୋଦରା ନିବାସୀ ରେଡ୍ଡିଟ ଉପରେ ପାଣିରେ ଫସି ରହିଥିବା ତାଙ୍କର ତିନି କାରର ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଅନୁଯାୟୀ, ବର୍ଷା ଯୋଗୁଁ ଏକ ମାରୁତି ସୁଜୁକି ସିଆଜ, ଗୋଟିଏ ଫୋର୍ଡ ଇକୋସପୋର୍ଟ ଏବଂ ଏକ ଅଡି A6 ଯାହାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ବର୍ଷା ଯୋଗୁ ଏହା ଖରାପ ହୋଇଯାଇଛି।

ବର୍ଷା ଯୋଗୁ ପାଣିରେ ବୁଡ଼ି ଯାଇଥିବା କାରର ଫଟୋ ଶେୟାର କରିବାବେଳେ ବ୍ୟକ୍ତି ଜଣଙ୍କ ଲେଖିଥିଲେ, ବର୍ତ୍ତମାନ ବଞ୍ଚିବାକୁ ଆଉ କିଛି ନାହିଁ। ମୋର ସମସ୍ତ ପ୍ରିୟ କାରଗୁଡିକ ବର୍ତ୍ତମାନ ଭାଙ୍ଗି ଯାଇଛି। କମେଣ୍ଟ ସେକ୍ସନରେ, ୟୁଜର୍ସ କହିଛନ୍ତି, ‘ତାଙ୍କ ଘର ବାହାରେ ଆଠ ଫୁଟ ପାଣି ଥିଲା ଏବଂ ଗାଡି ଟାଣିବାକୁ କେହି ଆସିପାରିନଥିଲେ ଏହା ହେଉଛି ତୃତୀୟ ଥର। ପୂର୍ବ ସୋସାଇଟିରେ ଦୁଇଥର ଏବଂ ଏଥର ଏକ ନୂଆ ସ୍ଥାନରେ, ୪ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ଏଭଳି ପରିସ୍ଥିତିର ସାମ୍ନା କରିଛ। ଘର ବାହାରେ ୭-୮ ଫୁଟ ପାଣି ଅଛି ଏବଂ ଭିତରକୁ କେହି ଆସିପାରିବେ ନାହିଁ।

The post ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି appeared first on Dharitri Odia News.