ଗୁଡ଼ହାଣ୍ଡି ଉନ୍ନୟନ କମିଟିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ।
କୋକସରା:୦୩/୦୨ କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ର ଏକ ସାଙ୍ଗଠାନିକ ବୈଠକ ଶନିବାର ଦିନ ପର୍ଯ୍ୟଟନ ସ୍ଥଳୀ ର ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଟିର ସଭାପତି ଭଦରେଶ୍ୱର ପାତ୍ର ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପର୍ଯ୍ୟଟନ ସ୍ଥଳୀ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଜାରି ରହିଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ପର୍ଯ୍ୟଟନ ସ୍ଥଳୀ ର ସ୍ୱଚ୍ଛତା ଉପରେ ଆଲୋଚନା […] The post ଗୁଡ଼ହାଣ୍ଡି ଉନ୍ନୟନ କମିଟିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ। appeared first on Odisha.News.

କୋକସରା:୦୩/୦୨
କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ର ଏକ ସାଙ୍ଗଠାନିକ ବୈଠକ ଶନିବାର ଦିନ ପର୍ଯ୍ୟଟନ ସ୍ଥଳୀ ର ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଟିର ସଭାପତି ଭଦରେଶ୍ୱର ପାତ୍ର ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପର୍ଯ୍ୟଟନ ସ୍ଥଳୀ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଜାରି ରହିଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ପର୍ଯ୍ୟଟନ ସ୍ଥଳୀ ର ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ। ଆଗକୁ କେମିତି ପର୍ଯ୍ୟଟନ ସ୍ଥଳୀ ସହ ଶ୍ରୀରାମ ମନ୍ଦିର ର ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ଆଗାମୀ ଦିନରେ ମହା ଶିବରାତ୍ରି ଓ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପରେ ଆଲୋଚନା କରାଯାଇଛି। ଏହି ବୈଠକରେ ଉପ ସଭାପତି ବିରଞ୍ଚି ପଣ୍ଡା, ଘନଶ୍ୟାମ ନାଏକ, ଜିତେନ୍ଦ୍ର କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ସୁଧୀର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅଜିତ ପଟ୍ଟନାୟକ ଐରି ନାସନ ଚିନ୍ଦା,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, କୈଳାଶ ଚଳାନ,ମହେଶ ଗୁପ୍ତା, ମହେନ୍ଦ୍ର ନେଗି,ମାନସ ବେହେରା,ସହ ସମ୍ପାଦକ ନିଳାମ୍ବର ନାଏକ, ଉପଦେଷ୍ଟା ଯତୀନ ମାଝୀ, ଚକାଡୋଳା ପାତ୍ର, ଗୋବିନ୍ଦ ପାଟଯୋଶୀ, ଜୟଲାଲ ନାଏକ ଓ ଚିତ୍ରସେନ ପାତ୍ର,ଭୁବନେଶ୍ୱର ମାଝୀ ,ଯୋଗା ନାଏକ,ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଉପ ସଭାପତି ଘନଶ୍ୟାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
The post ଗୁଡ଼ହାଣ୍ଡି ଉନ୍ନୟନ କମିଟିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ। appeared first on Odisha.News.