ଗୁଣା ଏଭିଏସନ ଆକାଡେମୀର ଟୁ ସିଟର ପ୍ଲେନ କ୍ରାସ, ୨ ପାଇଲଟ ଆହତ
ଗୁଣା : ମଧ୍ୟପ୍ରଦେଶ ଗୁଣା ଏୟାରଷ୍ଟ୍ରିପରେ ରବିବାର ଏକ ଟୁ ସିଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଏଭିଏସନ ଟ୍ରେନିଂ ଇନିଷ୍ଟିଚ୍ୟୁଟର ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ବିମାନର ୨ ପାଇଲଟ ଆହତ ହୋଇଛନ୍ତି। ଦୁର୍ଘଟଣା ସୂଚନା ପାଇ କ୍ୟାଣ୍ଟନମେଣ୍ଟ ପୋଲିସ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଇଞ୍ଜିନ ଫେଲ ହୋଇଯିବା ଯୋଗୁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ କର୍ଣ୍ଣାଟକ ବେଲଗାଭୀ ଏଭିଏସନ ଟ୍ରେନିଂ ଇନିଷ୍ଟିଚ୍ୟୁଟର ଏୟାରକ୍ରାଫ୍ଟ ୧୫୨କୁ ରବିବାର ମଧ୍ୟାହ୍ନରେ ଟେଷ୍ଟିଂ ଉଡାଣ କରାଯାଇଥିଲା। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ କ୍ୟାପ୍ଟେନ ଭି.ଚନ୍ଦ୍ର ଠାକୁର ଓ ପାଇଲଟ ନାଗେଶ କୁମାର ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଏୟାରକ୍ରାଫ୍ଟକୁ ଉଡାଇଥିଲେ। ପରେ ଏହା ଏୟାରଷ୍ଟ୍ରିପରେ କ୍ରାସ ହୋଇଯାଇଛି। ଦୁର୍ଘଟଣାରେ ଉଭୟ ପାଇଲଟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ବେଲଗାଭୀ ଏଭିଏସନ ଇନିଷ୍ଟିଚ୍ୟୁଟର ଏୟାରକ୍ରାଫ୍ଚ ୧୫୨କୁ ଟେଷ୍ଟିଂ ଓ ମେଣ୍ଟେନାନ୍ସ ନିମନ୍ତେ ଗୁଣାର ସା-ଶିବ ଏଭିଏସନ ଇନିଷ୍ଟିଚ୍ୟୁଟ୍ କୁ ଅଣାଯାଇଥିଲା। ଏହି ବିମାନର ଟେଷ୍ଟିଂ ନିମନ୍ତେ ପାଇଲଟ ନାଗେଶ କୁମାର ଓ କ୍ୟାପ୍ଟେନ ଭି.ଚନ୍ଦ୍ର ଠାକୁରଙ୍କୁ ହାଇଦ୍ରାବାଦରୁ ଡକାଯାଇଥିଲା। ସେମାନେ ବିମାନ ଟେଷ୍ଟିଂ ନିମନ୍ତେ ୧୦ ଅଗଷ୍ଟ ଶନିବାର ଗୁଣା ପହଞ୍ଚିଥିଲେ
ଗୁଣା : ମଧ୍ୟପ୍ରଦେଶ ଗୁଣା ଏୟାରଷ୍ଟ୍ରିପରେ ରବିବାର ଏକ ଟୁ ସିଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଏଭିଏସନ ଟ୍ରେନିଂ ଇନିଷ୍ଟିଚ୍ୟୁଟର ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ବିମାନର ୨ ପାଇଲଟ ଆହତ ହୋଇଛନ୍ତି। ଦୁର୍ଘଟଣା ସୂଚନା ପାଇ କ୍ୟାଣ୍ଟନମେଣ୍ଟ ପୋଲିସ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଇଞ୍ଜିନ ଫେଲ ହୋଇଯିବା ଯୋଗୁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ କର୍ଣ୍ଣାଟକ ବେଲଗାଭୀ ଏଭିଏସନ ଟ୍ରେନିଂ ଇନିଷ୍ଟିଚ୍ୟୁଟର ଏୟାରକ୍ରାଫ୍ଟ ୧୫୨କୁ ରବିବାର ମଧ୍ୟାହ୍ନରେ ଟେଷ୍ଟିଂ ଉଡାଣ କରାଯାଇଥିଲା।
ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ କ୍ୟାପ୍ଟେନ ଭି.ଚନ୍ଦ୍ର ଠାକୁର ଓ ପାଇଲଟ ନାଗେଶ କୁମାର ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଏୟାରକ୍ରାଫ୍ଟକୁ ଉଡାଇଥିଲେ। ପରେ ଏହା ଏୟାରଷ୍ଟ୍ରିପରେ କ୍ରାସ ହୋଇଯାଇଛି। ଦୁର୍ଘଟଣାରେ ଉଭୟ ପାଇଲଟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ବେଲଗାଭୀ ଏଭିଏସନ ଇନିଷ୍ଟିଚ୍ୟୁଟର ଏୟାରକ୍ରାଫ୍ଚ ୧୫୨କୁ ଟେଷ୍ଟିଂ ଓ ମେଣ୍ଟେନାନ୍ସ ନିମନ୍ତେ ଗୁଣାର ସା-ଶିବ ଏଭିଏସନ ଇନିଷ୍ଟିଚ୍ୟୁଟ୍ କୁ ଅଣାଯାଇଥିଲା।
ଏହି ବିମାନର ଟେଷ୍ଟିଂ ନିମନ୍ତେ ପାଇଲଟ ନାଗେଶ କୁମାର ଓ କ୍ୟାପ୍ଟେନ ଭି.ଚନ୍ଦ୍ର ଠାକୁରଙ୍କୁ ହାଇଦ୍ରାବାଦରୁ ଡକାଯାଇଥିଲା। ସେମାନେ ବିମାନ ଟେଷ୍ଟିଂ ନିମନ୍ତେ ୧୦ ଅଗଷ୍ଟ ଶନିବାର ଗୁଣା ପହଞ୍ଚିଥିଲେ। ଆଜି ରବିବାର ଟେଷ୍ଟିଂ ନିମନ୍ତେ ବିମାନର ଉଡାଣ କରାଯାଇଥିଲା। ତେବେ ଉଡାଣ କରିବାର ୪୦ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସୂଚନା ପାଇ କେଣ୍ଟ ଥାନା ଇନଚାର୍ଜ ଦିଲ୍ଲୀପ ରାଜୌରିୟା ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ଉଭୟ ପାଇଲଟଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା କିପରି ହେଲା ସେ ନେଇ ସା-ଶିବ ଏକାଡେମୀ ଯାଞ୍ଚ କରୁଛି।