ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ବଲାଙ୍ଗୀର : ବନ୍ଦ କୋଠରୀ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର I ଗୁଣି ଗାରେଡି କରୁଥିବା ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇ ଜଣାପଡିଛି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେଲପଡା ଗାଁରେ I ମୃତକ ହେଲେ ଛତ୍ରପାଳ ମଲ୍ଲିକ I ସେ ଦୀର୍ଘ ବର୍ଷ ହେବ ନିଜ ପୁଅ କିଶନ ମଲ୍ଲିକ ଠାରୁ ଦୂରରେ ଏକୁଟିଆ ଏକ ଘରେ ରହୁଥିଲେ I ତେବେ ୨/୩ ଦିନ ହେବ […]

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ବଲାଙ୍ଗୀର : ବନ୍ଦ କୋଠରୀ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର I ଗୁଣି ଗାରେଡି କରୁଥିବା ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇ ଜଣାପଡିଛି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେଲପଡା ଗାଁରେ I ମୃତକ ହେଲେ ଛତ୍ରପାଳ ମଲ୍ଲିକ I ସେ ଦୀର୍ଘ ବର୍ଷ ହେବ ନିଜ ପୁଅ କିଶନ ମଲ୍ଲିକ ଠାରୁ ଦୂରରେ ଏକୁଟିଆ ଏକ ଘରେ ରହୁଥିଲେ I ତେବେ ୨/୩ ଦିନ ହେବ ବାପାଙ୍କ ଦେଖା ନ ମିଳିବାରୁ କିଶନ ପୋଲିସରେ ଖବର ଦେଇଥିଲେ I ପୋଲିସ ଆସି ଉକ୍ତ ଘରୁ ଛାତ୍ରପାଳଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା I

ସୂଚନା ଅନୁଯାୟୀ ଗୁଣି ଗାରେଡ଼ି ସନ୍ଦେହରେ କେହି ବୃଦ୍ଧଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସ୍ଥାନୀୟ ପଡୋଶୀଙ୍କ କହିବା ମୁତାବକ ବିଗତ କିଛି ଦିନ ପୂର୍ବରୁ ଛତ୍ରପାଲଙ୍କର ଗ୍ରାମର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ଏହାପର ଠାରୁ ତାଙ୍କର ପତ୍ତା ମିଳୁ ନଥିବାବେଳେ,ଘର ବାହାରୁ ତାଲା ପଡିଥିବା ଦେଖାଯାଇଥିଲା I ମାତ୍ର ୨/୩ ଦିନ ପରେ ଉକ୍ତ ଘରୁ ଦୁର୍ଗନ୍ଧ ଆସିବାରୁ ପୁଅ କିଶନଙ୍କ ସମେତ ସ୍ଥାନୀୟ ଲୋକେ ପୋଲିସରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛତ୍ରପାଲଙ୍କ ପୁଅଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗିଥିଲେ ।ଘର ଭିତରେ ଏକ ଖଟରେ ବୃଦ୍ଧଙ୍କ ମୃତଦେହ ପଡିଥିଲା I ତାଙ୍କ ମୁଣ୍ଡକୁ କେହି ଛେଚି ହତ୍ୟା କରିଥିବା ଜଣାପଡିଥିଲା । ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ସନ୍ଦେହରେ ୨ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି I