ଗୁଣି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା
ମାଲକାନଗିରି ୧୫।୯: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଅଭାବନୀୟ ଘଟଣା । କଳା ଯାଦୁ ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କଲେ ଗ୍ରାମବାସୀ । ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି । ଗାଁର କିଛି ଲୋକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଛନ୍ତି । କୋଣ୍ଟା ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ସୁମକା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ ରହୁଥିବା କିଛି ଲୋକେ ସେମାନଙ୍କ ପରିବାରର ଜଣକୁ ହରାଇବା ଲାଗି ଗାଁର ଏକ ନିର୍ଦ୍ଦିଷ୍ଟ ପରିବାର ତାଙ୍କ ଉପରେ ଗୁଣି ଗାରେଡି କରୁଥିବା ସନ୍ଦେହ କରିଥିଲେ । ରବିବାର କିଛି ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ଘରେ ପ୍ରବେଶ କରି ତିନି ଜଣ ମହିଳାଙ୍କ ସହ ମୋଟ୍ ୫ ଜଣଙ୍କୁ ହତ୍ୟା କରିଛନ୍ତି । ଖବର ପାଇ କୋଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।You Can Read:ଏଭରଗ୍ରୀନ୍ ଚା’ର ବ୍ରାଣ୍ଡ ଆମ୍ବାସଡର ହେଲେ ଟିମ୍ ଇଣ୍ଡିଆର ସଫଳ ସ୍ପିନର କୁଲଦୀପ ଯାଦବ
ମାଲକାନଗିରି ୧୫।୯: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଅଭାବନୀୟ ଘଟଣା । କଳା ଯାଦୁ ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କଲେ ଗ୍ରାମବାସୀ । ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି । ଗାଁର କିଛି ଲୋକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଛନ୍ତି । କୋଣ୍ଟା ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ସୁମକା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ ରହୁଥିବା କିଛି ଲୋକେ ସେମାନଙ୍କ ପରିବାରର ଜଣକୁ ହରାଇବା ଲାଗି ଗାଁର ଏକ ନିର୍ଦ୍ଦିଷ୍ଟ ପରିବାର ତାଙ୍କ ଉପରେ ଗୁଣି ଗାରେଡି କରୁଥିବା ସନ୍ଦେହ କରିଥିଲେ । ରବିବାର କିଛି ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ଘରେ ପ୍ରବେଶ କରି ତିନି ଜଣ ମହିଳାଙ୍କ ସହ ମୋଟ୍ ୫ ଜଣଙ୍କୁ ହତ୍ୟା କରିଛନ୍ତି । ଖବର ପାଇ କୋଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।
You Can Read:
ଏଭରଗ୍ରୀନ୍ ଚା’ର ବ୍ରାଣ୍ଡ ଆମ୍ବାସଡର ହେଲେ ଟିମ୍ ଇଣ୍ଡିଆର ସଫଳ ସ୍ପିନର କୁଲଦୀପ ଯାଦବ