ଗୁଣି ସନ୍ଦେହରେ ନିର୍ଯାତନା: ହାତକୁ ବାନ୍ଧି ବିଷ୍ଠା ଖୁଆଇଲେ…
ଟାଙ୍ଗୀ: ଗୁଣି ସନ୍ଦେହରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟ୍ଟିମୁଣ୍ଡା ଅଞ୍ଚଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ବିଷ୍ଠା ଖୁଆଇବା ଭଳି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଟାଙ୍ଗୀ ପୁଲିସ୍ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ପ୍ରମୋଦ ମଲ୍ଲିକ(୩୨) ଓ ସୁରେଶ ମଲ୍ଲିକ(୨୦)। ସୂଚନାନୁଯାୟୀ, ରୁଦ୍ରପୁର ଅଞ୍ଚଳର ଜଣେ ଯୁବକ ଭଟ୍ଟିମୁଣ୍ଡା ଦଳିତ ବସ୍ତିରେ ବିବାହ କରିଛନ୍ତି। ଅନେକ ସମୟରେ ସେ ଶଶୁର ଘରେ […]

ଟାଙ୍ଗୀ: ଗୁଣି ସନ୍ଦେହରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟ୍ଟିମୁଣ୍ଡା ଅଞ୍ଚଳରେ ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ବିଷ୍ଠା ଖୁଆଇବା ଭଳି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଟାଙ୍ଗୀ ପୁଲିସ୍ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ପ୍ରମୋଦ ମଲ୍ଲିକ(୩୨) ଓ ସୁରେଶ ମଲ୍ଲିକ(୨୦)।
ସୂଚନାନୁଯାୟୀ, ରୁଦ୍ରପୁର ଅଞ୍ଚଳର ଜଣେ ଯୁବକ ଭଟ୍ଟିମୁଣ୍ଡା ଦଳିତ ବସ୍ତିରେ ବିବାହ କରିଛନ୍ତି। ଅନେକ ସମୟରେ ସେ ଶଶୁର ଘରେ ରହନ୍ତି। ସେ ଠାକୁରାଣୀ ପୂଜାକୁ ଗୁରୁତ୍ୱ ଦିଅନ୍ତି। ତେବେ ଗତ କିଛି ଦିନ ହେଲା ଉକ୍ତ ବସ୍ତିର ଜଣେ ଯୁବତୀ ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରୁଥିବାରୁ ସମସ୍ତଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ସେ ଯୁବତୀଙ୍କୁ ଗୁଣିଗାରେଡ଼ି କରୁଥିବା ଅଭିଯୋଗ କରି କରି ବୁଧବାର ଅପରାହ୍ଣରେ ବସ୍ତିବାସିନ୍ଦା ତାଙ୍କୁ ଘେରି ଯାଇଥିଲେ। ପରେ ସେମାନେ ଉକ୍ତ ଯୁବକଙ୍କ ହାତ ବାନ୍ଧି ନିସ୍ତୁକ ଛେଚିଥିଲେ। ଏତିକିବେଳେ ପ୍ରମୋଦ ଓ ସୁରେଶ ତାଙ୍କୁ ଜୋରଜବରଦସ୍ତି ବିଷ୍ଠା ଖୁଆଇ ଦେଇଥିଲେ। ଏଥିରେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାରଲୋକ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଅପରପକ୍ଷେ, ଏ ସଂପର୍କରେ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତଦ୍ବୟକୁ ଗିରଫ କରି କୋର୍ଟଚାଲାଣ କରିଛି।