ଗୁଣି ସନ୍ଦେହରେ ଯୁବକକୁ ହତ୍ୟା, ତଦନ୍ତ ଚଳାଇଛି ମୋହନା ପୋଲିସ
ମୋହନା : ଗୁଣି ସନ୍ଦେହରେ ଯୁବକକୁ ହତ୍ୟା । ହତ୍ୟାକରି ହରଭଙ୍ଗୀ ଡ୍ୟାମରେ ଗ୍ରାମବାସୀ ଫିଙ୍ଗି ଦେଇଥିବା ଅଭିଯୋଗ । ମୃତକ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ। ହତ୍ୟା ନେଇ ଅଭିଯୋଗ ପରେ ମୋହନା, ଅଡବା ଥାନା ପୋଲିସ ରା଼ଚାଗୁଡା ଓ ଗୁଞ୍ଜିମା ଗାଁର ୧୪ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି । ୧୫ଦିନ ପୂର୍ବରୁ ରାଚାଗୁଡା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁର କୌଣସି କାରଣରୁ ମୃତ୍ୟୁ ହୋଇଥିଲା […] The post ଗୁଣି ସନ୍ଦେହରେ ଯୁବକକୁ ହତ୍ୟା, ତଦନ୍ତ ଚଳାଇଛି ମୋହନା ପୋଲିସ appeared first on KNews Odisha.

ମୋହନା : ଗୁଣି ସନ୍ଦେହରେ ଯୁବକକୁ ହତ୍ୟା । ହତ୍ୟାକରି ହରଭଙ୍ଗୀ ଡ୍ୟାମରେ ଗ୍ରାମବାସୀ ଫିଙ୍ଗି ଦେଇଥିବା ଅଭିଯୋଗ । ମୃତକ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ। ହତ୍ୟା ନେଇ ଅଭିଯୋଗ ପରେ ମୋହନା, ଅଡବା ଥାନା ପୋଲିସ ରା଼ଚାଗୁଡା ଓ ଗୁଞ୍ଜିମା ଗାଁର ୧୪ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି ।
୧୫ଦିନ ପୂର୍ବରୁ ରାଚାଗୁଡା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଗୋପାଳ ଗୁଣି କରି ସୁବାସ ମଳିକଙ୍କ ସ୍ତ୍ରୀ ଝୁନୁକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ଗଣ୍ଡିଗାଁରେ ରହୁଥିଲା ।
ଗୋପାଳକୁ ବିଳମ୍ୱିତ ରାତିରେ ଶ୍ୱଶୁର ଘରୁ ଉଠାଇ ଆଣି ହତ୍ୟାକରି ଡ୍ୟାମରେ ଫିଙ୍ଗି ଦେଇଥିଲେ । ଖବର ପାଇ ମୋହନା ପୋଲିସ ଅଭିଯୁକ୍ତଙ୍କୁ ଧରି ତଦନ୍ତ ଚଳାଇଛି ।
Also read: ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ପୋଡ଼ିଦେଲେ ଦୁର୍ବୃତ୍ତ, ପୋଡ଼ା ହାଡ଼ ପାଉଁଶ ନେଇ ତଦନ୍ତ ଆରମ୍ଭ
The post ଗୁଣି ସନ୍ଦେହରେ ଯୁବକକୁ ହତ୍ୟା, ତଦନ୍ତ ଚଳାଇଛି ମୋହନା ପୋଲିସ appeared first on KNews Odisha.