ଗୁଣୁପୁରରେ ଭାରତ ବନ୍ଦର ପ୍ରଭାବ: ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗୁଣୁପୁର ୨୧।୦୮: ଅନୁସୂଚିତ ଜାତି ଓ ଜନଜାତି ଙ୍କ ସରଂକ୍ଷଣ ବ୍ୟବସ୍ଥା କୁ ସୁପ୍ରିମକୋର୍ଟ ଙ୍କ ଦ୍ଵାରା ପରିବର୍ତ୍ତନ କରିବା ଆଦେଶ କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ସଂରକ୍ଷଣ ବଚାଓ ସଂଘର୍ଷ ସମିତି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଦେଶବ୍ୟାପୀ ଏହି ବନ୍ଦକୁ ସମର୍ଥନ କରାଯାଉଛି। ଏହାର ପ୍ରଭାବ ରାୟଗଡା ଜିଲ୍ଲା ଗୁଣପୁରରେ ମଧ୍ୟ ଦେଖା ଦେଇଛି । ବନ୍ଦ ବେଳେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅଯାଇଛି । ରାସ୍ତା ଘାଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ କାରଣରୁ ଗାଡ଼ି ମୋଟର ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିବ। ସକାଳୁ ସକାଳୁ ବସ ଗୁଡିକ ବସଷ୍ଟାଣ୍ଡରେ  ଅଟକି ରହିଛି । ଦୋକାନ ବଜାର ଗୁଡିକ ବନ୍ଦ ରହିଛି । ରାଜ ରାସ୍ତା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି । ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ଟ୍ରେନ୍ ଅଟକ ରଖାଯାଇଛି । ଟ୍ରେନ୍ ଅଟକିଥିବା ଯୋଗୁଁ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା ଗୁଡ଼ିକ ଜାରି ରହିବ।