ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ରାଜ୍ୟର ଚତୁର୍ଥ ବୋଲି ଜଣାଯାଇଛି। ଏହି ମାନ୍ୟତା ପାଇବା ପରେ ବନାଞ୍ଚଳରେ ଥିବା ବିଭିନ୍ନ ବିଲୁପ୍ତ ପ୍ରଜାତିର ଗଛ ତଥା ଔଷଧୀୟ ଗଛ,ଜୀବଜନ୍ତୁ, ଦୁର୍ଲଭ […] The post ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା appeared first on Dharitri Odia News.
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ରାଜ୍ୟର ଚତୁର୍ଥ ବୋଲି ଜଣାଯାଇଛି। ଏହି ମାନ୍ୟତା ପାଇବା ପରେ ବନାଞ୍ଚଳରେ ଥିବା ବିଭିନ୍ନ ବିଲୁପ୍ତ ପ୍ରଜାତିର ଗଛ ତଥା ଔଷଧୀୟ ଗଛ,ଜୀବଜନ୍ତୁ, ଦୁର୍ଲଭ ପଦାର୍ଥର ସଂରକ୍ଷଣ ହେବା ସହ ଏହି ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକାର ମାନ ବଢ଼ିବ ବୋଲି ଆଶା କରାଯାଇଛି। ସେହିପରି ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ତଥା ଇଷ୍ଟର୍ନ ଘାଟ ଅଞ୍ଚଳରେ ରହିଥିବା କୋରାପୁଟ ଜିଲାର ଗୁପ୍ତେଶ୍ୱର ଜଙ୍ଗଲରେ ବିଭିନ୍ନ କିସମର ଔଷଧୀୟ ଗଛ, ଫ୍ଲୋରା ଓ ଫୁନା ରହିଥିବା ବେଳେ ପ୍ରାକୃତିକ ପର୍ଯ୍ୟଟନ ଓ ଏକ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପାଇଁ ରାଜ୍ୟ ତଥା ଦେଶରେ ପରିଚିତ। ପ୍ରାୟ ୩୫୦ ହେକ୍ଟର ପରିମିତ ଏହି ଅଞ୍ଚଳରେ ରହିଥିବା ଏହି ସଂରକ୍ଷିତ ଜଙ୍ଗଲରେ ୬୦୮ଟି ପ୍ରଜାତିର ପ୍ରାଣୀ ସମୁହ ରହିଥିବା ବେଳେ ୬୧୫ ପ୍ରଜାତିର ଫ୍ଲ୍ରୋରା ରହିଥିବା ଜଣାଯାଇଛିା ସେହିପରି ଏହି ଜଙ୍ଗଲରେ ୧୮୨ ପ୍ରଜାତିର ଫୁଲଗଛ, ୭୬ ପ୍ରକାରର ଗୁଳ୍ମ, ୧୭୭ ପ୍ରକାରର ଚେରମୂଳି(ହର୍ବାସ),୬୯ ପ୍ରଜାତିର ଲତା, ୧୪ ପ୍ରକାରର ଆର୍ଚିଡିସ ଏବଂ ବିଲୁପ୍ତ ପ୍ରାୟ ଔଷଧୀୟ ବୃକ୍ଷ ରହିଛି। ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବିକ ବିବିଧତା ଆଇନ ୨୦୦୨ ଅଧୀନରେ ବିଏଚ୍ଏସ୍ ମାନ୍ୟତା ମିଳିଥିବା ଜଣାଯାଇଛି। ଏଥିପୂର୍ବରୁ ରାଜ୍ୟର ଗଜପତି ଜିଲାର ମହେନ୍ଦ୍ରଗିରି ପର୍ବତାଞ୍ଚଳ, କନ୍ଧମାଳର ମଣ୍ଡାସାରୁ ଜଙ୍ଗଲ, ବରଗଡ଼ ଜିଲାର ଗନ୍ଧମାର୍ଦ୍ଧନ ପର୍ବତାଞ୍ଚଳକୁ ବାୟୋଡାଇଭର୍ସିଟି ହେରିଟେଜ ସାଇଟ ଘୋଷଣା କରାଯାଇଛି। ଗୁପ୍ତେଶ୍ୱରକୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା ପରେ କୋରାପୁଟ ଜିଲାରେ ଥିବା ପରିବେଶପ୍ରେମୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି।
The post ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା appeared first on Dharitri Odia News.