ଗୁମର ଖୋଲିଦେଲେ ବିଷ୍ଣୁ । ଲୋକସେବା ଭବନକୁ ଚଞ୍ଚଲଙ୍କର ଥିଲା ଅବାଧ ପ୍ରବେଶ । ଆଉ କାହା ଘରେ ପଶିବ ସିବିଆଇ?
କନକ ବ୍ୟୁରୋ: ସିବିଆଇ ଚଢ଼ାଉ ପରେ ସରକାରୀ କଳର ଗୁମର ଖୋଲି ଦେଇଛନ୍ତି ଆଇଏଏସ ବିଷ୍ଣୁପଦ ସେଠୀ। ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେବା ସହ କହିଛନ୍ତି, ଗତ ୧୦ବର୍ଷ ହେଲା ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ସହ ରାଜ୍ୟ ସରକାରଙ୍କ ସମ୍ପର୍କ ରହିଛି । ଏଥିସହ ସହ ଲୋକସେବା ଭବନକୁ ଚଞ୍ଚଲଙ୍କର ଅବାଧ ପ୍ରବେଶ ଥିଲା ବୋଲି ସ୍ପଷ୍ଟ କରିଛନ୍ତି। ବିଷ୍ଣୁପଦଙ୍କ ବୟାନ ପାୱାର କରିଡରରେ ହଲଚଲ ସୃଷ୍ଟି କରିଛି। ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନର ଅଧିକାରୀ ଚଞ୍ଚଲ ମୁଖାର୍ଜୀଙ୍କ ସହ ଯେଉଁମାନେ ଯୋଗାଯୋଗରେ ଥିଲେ ସେମାନଙ୍କ ଛାତିରେ ଛନକା ପଶିଛି। ୧୦ବର୍ଷ ଭିତରେ ଚଞ୍ଚଲ ଯେଉଁ ଅଧିକାରୀ ଓ ସଚିବଙ୍କୁ ଭେଟିଛନ୍ତି, ସେମାନଙ୍କ ପାଳି କେତେବେଳେ ପଡିଯିବ ସେକଥା ଭାବି ଛାନିଆ ହୋଇ ପଡିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ସିବିଆଇର ପରବର୍ତ୍ତୀ ଟାର୍ଗେଟରେ କିଏ ? ଅବାଧ ପ୍ରବେଶର କଥା କହି କ’ଣ ଇଙ୍ଗିତ କରିବାକୁ ଚାହୁଛନ୍ତି ବିଷ୍ଣୁପଦ? ଲୋକସେବା ଭବନକୁ କେବଳ ଚଞ୍ଚଲ ନା ଆଉ କାହାର ଥିଲା ଅବାଧ ପ୍ରବେଶ ? ଚଞ୍ଚଲ ଲିଙ୍କରେ ଥିଲେ ଆଉ କେଉଁ ସଚିବ ? କେଉଁ ବଡ଼ବଡ଼ ବାବୁଙ୍କୁ ଭେଟିଛନ୍ତି ଚଞ୍ଚଲ ମୁଖାର୍ଜୀ ? ୧୦ ବର୍ଷ ହେଲା କାହାକୁ କାହାକୁ କେଉଁ କାମ ପାଇଁ ଭେଟିଥିଲେ ଚଞ୍ଚଲ ? ବିଷ୍ଣୁ ଜାଣିଛନ୍ତି କି କେଉଁ କେଉଁ ବଡ଼ବଡ଼ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ ଚଞ୍ଚଲ ? ଏଭଳି ଅନେକ ପ୍ରଶ୍ନ ଉଠୁଥିଲେ ବି ସିବିଆଇର ପରବର

କନକ ବ୍ୟୁରୋ: ସିବିଆଇ ଚଢ଼ାଉ ପରେ ସରକାରୀ କଳର ଗୁମର ଖୋଲି ଦେଇଛନ୍ତି ଆଇଏଏସ ବିଷ୍ଣୁପଦ ସେଠୀ। ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେବା ସହ କହିଛନ୍ତି, ଗତ ୧୦ବର୍ଷ ହେଲା ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ସହ ରାଜ୍ୟ ସରକାରଙ୍କ ସମ୍ପର୍କ ରହିଛି । ଏଥିସହ ସହ ଲୋକସେବା ଭବନକୁ ଚଞ୍ଚଲଙ୍କର ଅବାଧ ପ୍ରବେଶ ଥିଲା ବୋଲି ସ୍ପଷ୍ଟ କରିଛନ୍ତି।
ବିଷ୍ଣୁପଦଙ୍କ ବୟାନ ପାୱାର କରିଡରରେ ହଲଚଲ ସୃଷ୍ଟି କରିଛି। ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନର ଅଧିକାରୀ ଚଞ୍ଚଲ ମୁଖାର୍ଜୀଙ୍କ ସହ ଯେଉଁମାନେ ଯୋଗାଯୋଗରେ ଥିଲେ ସେମାନଙ୍କ ଛାତିରେ ଛନକା ପଶିଛି। ୧୦ବର୍ଷ ଭିତରେ ଚଞ୍ଚଲ ଯେଉଁ ଅଧିକାରୀ ଓ ସଚିବଙ୍କୁ ଭେଟିଛନ୍ତି, ସେମାନଙ୍କ ପାଳି କେତେବେଳେ ପଡିଯିବ ସେକଥା ଭାବି ଛାନିଆ ହୋଇ ପଡିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ସିବିଆଇର ପରବର୍ତ୍ତୀ ଟାର୍ଗେଟରେ କିଏ ?
- ଅବାଧ ପ୍ରବେଶର କଥା କହି କ’ଣ ଇଙ୍ଗିତ କରିବାକୁ ଚାହୁଛନ୍ତି ବିଷ୍ଣୁପଦ?
- ଲୋକସେବା ଭବନକୁ କେବଳ ଚଞ୍ଚଲ ନା ଆଉ କାହାର ଥିଲା ଅବାଧ ପ୍ରବେଶ ?
- ଚଞ୍ଚଲ ଲିଙ୍କରେ ଥିଲେ ଆଉ କେଉଁ ସଚିବ ?
- କେଉଁ ବଡ଼ବଡ଼ ବାବୁଙ୍କୁ ଭେଟିଛନ୍ତି ଚଞ୍ଚଲ ମୁଖାର୍ଜୀ ?
- ୧୦ ବର୍ଷ ହେଲା କାହାକୁ କାହାକୁ କେଉଁ କାମ ପାଇଁ ଭେଟିଥିଲେ ଚଞ୍ଚଲ ?
- ବିଷ୍ଣୁ ଜାଣିଛନ୍ତି କି କେଉଁ କେଉଁ ବଡ଼ବଡ଼ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ ଚଞ୍ଚଲ ?
ଏଭଳି ଅନେକ ପ୍ରଶ୍ନ ଉଠୁଥିଲେ ବି ସିବିଆଇର ପରବର୍ତି ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଡିସେମ୍ବର ମାସରେ ଟେଣ୍ଡର ଫିକ୍ସିଂରେ ଜଡିତ ଥିବା ଅଧିକାରୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ପରେ ଫେରି ଯାଇଥିଲା ସିବିଆଇ। ତେଣୁ , ସିବିଆଇ ତଦନ୍ତ ଆଗକୁ ବଢ଼ିବ ନା ଏଇଠି ସରିବ ? ଆକ୍ରମଣାତ୍ମକ ଭୂମିକାରେ ନଜର ଆସିବ କି ସିବିଆଇ ?