ଗୁମର ଖୋଲିଲା CAG ରିପୋର୍ଟ, ଏତିକି ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି କାଳିଆ ଟଙ୍କା
ଭୁବନେଶ୍ଵର: ଗୁମର ଖୋଲିଲା CAG ରିପୋର୍ଟ । ସାମ୍ନାକୁ ଆସିଛି ରାଜସ୍ବ କ୍ଷତିର ସତ । ୧୨ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି କାଳିଆ ଟଙ୍କା । ଏଥି ପାଇଁ ୭୮୨କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି । ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ୧୪ଲକ୍ଷ ୪ ହଜାର ଭୂମିହୀନ ଚାଷୀଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା । ଯାହାକି ଯୋଜନାର ଉଦ୍ଦେଶ୍ୟକୁ ଫେଲ୍ କରିଥିଲା ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ବିଜେଡି ସରକାରର ମୁଖା ଖୋଲି ଯାଇଛି।ସିଏଜି ରିପୋର୍ଟ ଅନୁଯାୟୀ, ରାଜ୍ୟର କୌଣସି ସହର ପାଇଁ ମାଷ୍ଟର ପ୍ଲାନ ହୋଇନାହିଁ । ପୁରୀର କୌଣସି ହୋଟେଲ କମର୍ସିଆଲ କ୍ୟାଟେଗୋରିରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି । ସମସ୍ତଙ୍କ ଜମି କିସମ ଚାଷ ଜମି ରହିଛି । ଏହା ଦ୍ବାରା ସରକାରଙ୍କ ରାଜସ୍ବ କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । କୌଣସି ସର୍ଭେ ହୋଇନାହିଁ । ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା । ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ । ଛାତ୍ରଛାତ୍ରୀଙ୍କ ବୃତ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଛି । ଭୁଲ୍ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଆଧାରରେ ୯୭ ଲକ୍ଷ ୩୨ହଜାର ଟଙ୍କା ପ୍ରଦାନ କରାଯାଇଛି । ଖରାପ ଯୋଜନା ଯୋଗୁଁ ଉଭୟ ଭୁବନେଶ୍ବର ଏବଂ ରାଉରକେଲା ସ୍ମାର୍ଟ ସିଟିରେ ଯୋଜାନାର ମାତ୍ର ୩୬ ଏବଂ ୩୭ ପ୍ର
ଭୁବନେଶ୍ଵର: ଗୁମର ଖୋଲିଲା CAG ରିପୋର୍ଟ । ସାମ୍ନାକୁ ଆସିଛି ରାଜସ୍ବ କ୍ଷତିର ସତ । ୧୨ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି କାଳିଆ ଟଙ୍କା । ଏଥି ପାଇଁ ୭୮୨କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି । ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ୧୪ଲକ୍ଷ ୪ ହଜାର ଭୂମିହୀନ ଚାଷୀଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା । ଯାହାକି ଯୋଜନାର ଉଦ୍ଦେଶ୍ୟକୁ ଫେଲ୍ କରିଥିଲା ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ବିଜେଡି ସରକାରର ମୁଖା ଖୋଲି ଯାଇଛି।
ସିଏଜି ରିପୋର୍ଟ ଅନୁଯାୟୀ, ରାଜ୍ୟର କୌଣସି ସହର ପାଇଁ ମାଷ୍ଟର ପ୍ଲାନ ହୋଇନାହିଁ । ପୁରୀର କୌଣସି ହୋଟେଲ କମର୍ସିଆଲ କ୍ୟାଟେଗୋରିରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି । ସମସ୍ତଙ୍କ ଜମି କିସମ ଚାଷ ଜମି ରହିଛି । ଏହା ଦ୍ବାରା ସରକାରଙ୍କ ରାଜସ୍ବ କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । କୌଣସି ସର୍ଭେ ହୋଇନାହିଁ । ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା । ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ ।
ଛାତ୍ରଛାତ୍ରୀଙ୍କ ବୃତ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଛି । ଭୁଲ୍ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଆଧାରରେ ୯୭ ଲକ୍ଷ ୩୨ହଜାର ଟଙ୍କା ପ୍ରଦାନ କରାଯାଇଛି । ଖରାପ ଯୋଜନା ଯୋଗୁଁ ଉଭୟ ଭୁବନେଶ୍ବର ଏବଂ ରାଉରକେଲା ସ୍ମାର୍ଟ ସିଟିରେ ଯୋଜାନାର ମାତ୍ର ୩୬ ଏବଂ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇଛି ବୋଲି ସିଏଜି ରିପୋର୍ଟରୁ ଖୁଲାସା ହୋଇଛି। ସିଏଜି ରିପୋର୍ଟ ବିରୋଧୀ ଦଳ ବିଜେଡିକୁ ଅଡୁଆରେ ପକାଇପାରେ। କାରଣ ବିଜେଡି ସରକାର ଅମଳରେ ହିଁ ଏହିସବୁ ବେଆଇନ କାମ ହୋଇଥିଲା।