ଗୁରଙ୍ଗ ଜଳ ଭଣ୍ଡାରରେ ଅଘଟଣ: ଡ଼ଙ୍ଗା ବୁଡି ଯୁବକ ମୃତ

ଅନୁଗୋଳ: ଗୁରଙ୍ଗ ଜଳ ଭଣ୍ଡାରରେ ବୁଡି ଜଣେ ଯୁବକ ମୃତ । ଅନୁଗୋଳ ଅଞ୍ଚଳର ୪ ଜଣ ଯୁବକ ଆଜି ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ୪ ଯୁବକ ଜଳଭଣ୍ଡାର ଭିତରକୁ ଏଜ ଡଙ୍ଗା ସାହାଯ୍ୟରେ ଯାଇଥିବାବେଳେ କିଛିଦୂର ଗଲା ପରେ ହଠାତ ଡଙ୍ଗାଟି ଲେଉଟି ପଡିଥିଲା । ଫଳରେ ଚାରିଜଣ ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ହୋଇ […] The post ଗୁରଙ୍ଗ ଜଳ ଭଣ୍ଡାରରେ ଅଘଟଣ: ଡ଼ଙ୍ଗା ବୁଡି ଯୁବକ ମୃତ appeared first on KNews Odisha.

ଗୁରଙ୍ଗ ଜଳ ଭଣ୍ଡାରରେ ଅଘଟଣ: ଡ଼ଙ୍ଗା ବୁଡି ଯୁବକ ମୃତ
drowning

ଅନୁଗୋଳ: ଗୁରଙ୍ଗ ଜଳ ଭଣ୍ଡାରରେ ବୁଡି ଜଣେ ଯୁବକ ମୃତ । ଅନୁଗୋଳ ଅଞ୍ଚଳର ୪ ଜଣ ଯୁବକ ଆଜି ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ୪ ଯୁବକ ଜଳଭଣ୍ଡାର ଭିତରକୁ ଏଜ ଡଙ୍ଗା ସାହାଯ୍ୟରେ ଯାଇଥିବାବେଳେ କିଛିଦୂର ଗଲା ପରେ ହଠାତ ଡଙ୍ଗାଟି ଲେଉଟି ପଡିଥିଲା । ଫଳରେ ଚାରିଜଣ ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ହୋଇ ଯାଇଥିଲେ ।

ଖବର ପାଇ ସ୍ଥାନୀୟ ଲୋକ ଓ ପରେ ଅନୁଗୋଳ ଅଗ୍ନିଶମ ବିଭାଗର କର୍ମଚାରୀ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ । ପ୍ରାୟ ଏକ ଘଣ୍ଟା ଖୋଜିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକଙ୍କ ନାମ ପାର୍ଥସାରଥୀ ଗୋଛୟତ ବୋଲି ଜଣା ପଡ଼ିଛି । ମୃତ ଯୁବକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣା ପଡ଼ିଛି ।

The post ଗୁରଙ୍ଗ ଜଳ ଭଣ୍ଡାରରେ ଅଘଟଣ: ଡ଼ଙ୍ଗା ବୁଡି ଯୁବକ ମୃତ appeared first on KNews Odisha.