ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ: ଦୁଇ ଛାତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ
ରାଜନଗର (କେନ୍ୟୁଜ): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନ ଶିକ୍ଷକ ଥାନାରେ ଅଟକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ମଧୁସୂଦନ ବିଦ୍ୟାମନ୍ଦିରରେ ଘଟିଛି । ମିଳିଥିବା ସୂଚନା ମୁତାବକ, ଘରୋଇ ମଧୁସୂଦନ ବିଦ୍ୟାମନ୍ଦିର ଘଡିଆମାଳର ପ୍ରଧାନ ଶିକ୍ଷକ ସ୍କୁଲର ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନେକଥର ତାଙ୍କ ପିଲାମାନଙ୍କ ସହିତ ଖରାପ ବ୍ୟବହାର […] The post ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ: ଦୁଇ ଛାତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ appeared first on KNews Odisha.

ରାଜନଗର (କେନ୍ୟୁଜ): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନ ଶିକ୍ଷକ ଥାନାରେ ଅଟକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ମଧୁସୂଦନ ବିଦ୍ୟାମନ୍ଦିରରେ ଘଟିଛି ।
ମିଳିଥିବା ସୂଚନା ମୁତାବକ, ଘରୋଇ ମଧୁସୂଦନ ବିଦ୍ୟାମନ୍ଦିର ଘଡିଆମାଳର ପ୍ରଧାନ ଶିକ୍ଷକ ସ୍କୁଲର ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନେକଥର ତାଙ୍କ ପିଲାମାନଙ୍କ ସହିତ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଅସଦାଚରଣର ଶିକାର ହୋଇଥିବା ୨ ଛାତ୍ରୀ ଘରେ ନଖାଇ କାନ୍ଦିଥିଲେ । ପରେ ପଚରାଉଚରା କରିବାରୁ ସେମାନେ ସତ କଥା କହିବା ପରେ ଥାନାରେ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ୨ ପୀଡିତା ଓ ସେମାନଙ୍କ ଅଭିଭାବକ ରାଜନଗର ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି ରାଜନଗର ପୋଲିସ ।
The post ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ: ଦୁଇ ଛାତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ appeared first on KNews Odisha.