ଗୁରୁ-ଶିଷ୍ୟର ମହାନ ପରମ୍ପରା, ଜୀବନର ପଥ ପ୍ରଦର୍ଶକରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର ୦୫/୦୯: ଆଜି ପବିତ୍ର ଗୁରୁ ଦିବସ।  ଗୁରୁ-ଶିଷ୍ୟ ପରମ୍ପରା  ବହୁପ୍ରାଚୀନ । ବିଦ୍ୟାର୍ଥୀର  ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି  ଗୁରୁ । ଗୁରୁଙ୍କ ଅବଦାନକୁ  ସମ୍ମାନ ଓ ସ୍ମରଣ କରିବା ଲାଗି  ପ୍ରତି ବର୍ଷ ସେପ୍ଟେମ୍ବର ୫  ତାରିଖରେ ପାଳନ କରାଯାଏ ଗୁରୁ ଦିବସ ।ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ। ଶିକ୍ଷାର ବିକାଶ ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କୁ ସମ୍ମାନ ଜଣାଇ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତବର୍ଷରେ  ଗୁରୁ ଦିବସ ଭାବେ ପାଳନ କରାଯାଉଛି ।ତେଣୁ ଏହି ଦିନ ଛାତ୍ରଛାତ୍ରୀମାନେ ସାରା ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ ନେଇଥାନ୍ତି। ।ସାଧାରଣତଃ ଗୋଟିଏ ଶିଶୁର  ମାତାପିତା ହେଉଛନ୍ତି ପ୍ରଥମ ଗୁରୁ,  କିନ୍ତୁ ପିତାମାତାଙ୍କ ପରେ, ପିଲାଙ୍କ  ଜୀବନରେ ଆସିଥାନ୍ତି ଶିକ୍ଷକ ବା “ଗୁରୁ” । ଶିକ୍ଷକ ଛାତ୍ରର ପ୍ରତ୍ୟେକ  ଛୋଟ ବଡ଼ ଭୁଲକୁ କ

ଗୁରୁ-ଶିଷ୍ୟର ମହାନ ପରମ୍ପରା, ଜୀବନର ପଥ ପ୍ରଦର୍ଶକରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର ୦୫/୦୯: ଆଜି ପବିତ୍ର ଗୁରୁ ଦିବସ।  ଗୁରୁ-ଶିଷ୍ୟ ପରମ୍ପରା  ବହୁପ୍ରାଚୀନ । ବିଦ୍ୟାର୍ଥୀର  ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି  ଗୁରୁ । ଗୁରୁଙ୍କ ଅବଦାନକୁ  ସମ୍ମାନ ଓ ସ୍ମରଣ କରିବା ଲାଗି  ପ୍ରତି ବର୍ଷ ସେପ୍ଟେମ୍ବର ୫  ତାରିଖରେ ପାଳନ କରାଯାଏ ଗୁରୁ ଦିବସ ।

ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। 

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ। ଶିକ୍ଷାର ବିକାଶ ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କୁ ସମ୍ମାନ ଜଣାଇ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ଭାରତବର୍ଷରେ  ଗୁରୁ ଦିବସ ଭାବେ ପାଳନ କରାଯାଉଛି ।ତେଣୁ ଏହି ଦିନ ଛାତ୍ରଛାତ୍ରୀମାନେ ସାରା ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଶୀର୍ବାଦ ନେଇଥାନ୍ତି। ।

ସାଧାରଣତଃ ଗୋଟିଏ ଶିଶୁର  ମାତାପିତା ହେଉଛନ୍ତି ପ୍ରଥମ ଗୁରୁ,  କିନ୍ତୁ ପିତାମାତାଙ୍କ ପରେ, ପିଲାଙ୍କ  ଜୀବନରେ ଆସିଥାନ୍ତି ଶିକ୍ଷକ ବା “ଗୁରୁ” । ଶିକ୍ଷକ ଛାତ୍ରର ପ୍ରତ୍ୟେକ  ଛୋଟ ବଡ଼ ଭୁଲକୁ କ୍ଷମା କରି,  ପିଲାକୁ ଉଚିତ୍‌ ଶିକ୍ଷା ଦେଇ,  ଭବିଷ୍ୟତର ଜୀବନକୁ ସରଳ  ଓ ଆଲୋକିତ କରିଥାନ୍ତି । ସେହି  ଗୁରୁମାନଙ୍କୁ ସମ୍ମାନ ଜଣାଇବା ପାଇଁ  ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖକୁ  ଗୁରୁ ଦିବସ ଭାବରେ ପାଳନ କରାଯାଏ । ବାସ୍ତବରେ ୧୯୬୨  ମସିହାଠାରୁ ଭାରତର ପୂର୍ବତନ  ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ  ଜନ୍ମ ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି । 

ରାଧାକ୍ରିଷ୍ଣନ ଭାରତର ଜଣେ  ଖ୍ୟାତନାମା ଦାର୍ଶନିକ, ଆଦର୍ଶ  ଶିକ୍ଷକ ଓ ଉତ୍କୃଷ୍ଟ ବକ୍ତା ଥିଲେ ।  ତାଙ୍କର ଜନ୍ମ ୧୮୮୮ ମସିହା  ସେପ୍ଟେମ୍ବର ମାସ ୫ ତାରିଖ ଦିନ,  ତାମିଲନାଡ଼ୁର ଏକ ଛୋଟ ଗାଁ  ଥିରୁତାନିରେ ହୋଇଥିଲା । ତାଙ୍କ  ବାପା ବୀରସ୍ୱାମୀ ଜାତିରେ ବ୍ରାହ୍ମଣ  ଥିଲେ, ପୂଜା କର୍ମ କର୍ମାଣି ଆଦି  କରି ଜୀବିକା ନିର୍ବାହ କରୁଥିଲେ ।  ତାଙ୍କର ଆର୍ଥିକ ଅବସ୍ଥା ଆଦୌ  ଭଲ ନ ଥିଲା । ବହୁତ କଷ୍ଟରେ  ରାଧାକ୍ରିଷ୍ଣନ ତାଙ୍କର ପ୍ରାଥମିକ ଶିକ୍ଷା  ସମାପ୍ତ କରିଥିଲେ ।  

ହାଇସ୍କୁଲ୍‌ ଶିକ୍ଷା, ବୁରହୀଜ  କଲେଜରୁ କଲେଜ୍‌ ଶିକ୍ଷା ଓ ମାଡ୍ରାସ  ଖ୍ରୀଷ୍ଟିଆନ କଲେଜରୁ ଦର୍ଶନ ଓ  ତର୍କ ଶାସ୍ତ୍ରରେ ବିଏ ଓ ଏମଏ ଶିକ୍ଷା ଲାଭ କଲେ । ୧୯୦୯ ମସିହାରେ  ସେ ମାଡ୍ରାସ ପ୍ରେସିଡେନ୍‌ସି  କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର  ଭାବରେ ଯୋଗ ଦେଇଥିଲେ ।  ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ ।  ସେ ଛାତ୍ରମାନଙ୍କୁ ବହୁତ ଭଲ  ପାଉଥିଲେ । ଛାତ୍ରମାନଙ୍କ ସହିତ  ଆତ୍ମୀୟଙ୍କ ପରି ମିଶୁଥିଲେ । ତାଙ୍କର  ଜୀବନ କାଳରେ ସେ ଅନେକ  ଛାତ୍ରମାନଙ୍କୁ ନିଜ ନୀତି ଓ ଆଦର୍ଶରେ  ଗଢ଼ିଛନ୍ତି । 

ରାଧାକ୍ରିଷ୍ଣନଙ୍କର ମହାନ୍‌  ଚରିତ୍ର ସମସ୍ତ ଶିକ୍ଷକ ସମାଜ ପାଇଁ  ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ।  ପରବର୍ତ୍ତୀ ସମୟରେ ସେ  ଗାନ୍ଧିଜୀଙ୍କର ସଂସ୍ପର୍ଶରେ ଆସିଥିଲେ ।  ୧୯୫୨ ମସିହାରେ ସେ ଭାରତର  ଉପରାଷ୍ଟ୍ରପତି ହୋଇଥିଲେ ।  ଏହାପରେ ୧୯୭୨ ରେ ଭାରତର  ଦ୍ୱିତୀୟ ରାଷ୍ଟ୍ରପତି ହେବାର  ଗୌରବ ଅର୍ଜନ କରିଥିଲେ । ବିଭିନ୍ନ  କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା  ପାଇଁ ତାଙ୍କୁ ଭାରତରତ୍ନରେ ଭୂଷିତ କରାଯାଇଥିଲା।