ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କୁ ଇଡି ଝଟକା, ଲୁକ୍ ଆଉଟ ସର୍କୁଲାର ଜାରି କରିବାକୁ ଦାବି

ନୂଆଦିଲ୍ଲୀ,୨୧।୨: ଶୁକ୍ରବାର ହାଇ ଭୋଲଟେଜ୍ ନିବେଶକ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ନୋଟିସ୍’ ଜାରି କରିବାକୁ ଇଡି ଜୋର ଦେଇଛି। ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ, ସଙ୍କଟରେ ପଡିଥିବା ଏଡୁଟେକ୍ କମ୍ପାନୀର ମାଲିକ ଦେଶ ଛାଡି ଫେରାର ନ ହୁଅନ୍ତି। ଇଡି କହିଛି ଯେ କମ୍ପାନୀ ଏହା କହିଛି ଯେ ଏହା ଭାରତରୁ ବହୁ ବିଦେଶୀ ପାଣ୍ଠି ପଠାଇ ବିଦେଶରେ ପୁଞ୍ଜି ବିନିଯୋଗ କରିଛି, ଯାହା ଫେମା, ୧୯୯୯ […] The post ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କୁ ଇଡି ଝଟକା, ଲୁକ୍ ଆଉଟ ସର୍କୁଲାର ଜାରି କରିବାକୁ ଦାବି appeared first on Dharitri Odia News.

ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କୁ ଇଡି ଝଟକା, ଲୁକ୍ ଆଉଟ ସର୍କୁଲାର ଜାରି କରିବାକୁ ଦାବି

ନୂଆଦିଲ୍ଲୀ,୨୧।୨: ଶୁକ୍ରବାର ହାଇ ଭୋଲଟେଜ୍ ନିବେଶକ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ନୋଟିସ୍’ ଜାରି କରିବାକୁ ଇଡି ଜୋର ଦେଇଛି। ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ, ସଙ୍କଟରେ ପଡିଥିବା ଏଡୁଟେକ୍ କମ୍ପାନୀର ମାଲିକ ଦେଶ ଛାଡି ଫେରାର ନ ହୁଅନ୍ତି।

ଇଡି କହିଛି ଯେ କମ୍ପାନୀ ଏହା କହିଛି ଯେ ଏହା ଭାରତରୁ ବହୁ ବିଦେଶୀ ପାଣ୍ଠି ପଠାଇ ବିଦେଶରେ ପୁଞ୍ଜି ବିନିଯୋଗ କରିଛି, ଯାହା ଫେମା, ୧୯୯୯ ର ନିୟମ ଉଲ୍ଲଂଘନ କରିଛି ଏବଂ ଏହା ଭାରତ ସରକାରଙ୍କ ନିକଟରେ ରାଜସ୍ୱ ହାନୀ କରିଛି।

ଏପ୍ରିଲ୍ ୨୦୨୩ କମ୍ପାନୀ ଉପରେ ଚଢ଼ାଉ ପରେ, ଇଡି ଏକ ବିବୃତ୍ତିରେ କହିଛି ଯେ ବାଇଜୁ ଉପରେ ଫେମା ସର୍ଚ୍ଚରୁ ଜଣାପଡିଛି ଯେ ୨୦୧୧ ରୁ ୨୦୨୩ ପର୍ୟ୍ୟନ୍ତ କମ୍ପାନୀ ପ୍ରାୟ ୨୮,୦୦୦ କୋଟି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ କରିଛି। କମ୍ପାନୀ ବିଭିନ୍ନ ଦେଶକୁ, ୯,୭୫୪ କୋଟି ଟଙ୍କା ପଠାଇଛି। ସେହି ସମୟ ମଧ୍ୟରେ ସେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନାମରେ ଦାବି କରିଥିଲେ।

ଏହା ପୂର୍ବରୁ ଇଡି ବାଇଜୁ ରାଭେନ୍ଦ୍ରନଙ୍କୁ ଇଣ୍ଟିମେସନ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହାପରେ ବାଇଜୁର କିଛି ନିବେଶକ ତାଙ୍କୁ ବୋର୍ଡ଼ରୁ ହଟାଇବାକୁ ଦାବି କରିଥିଲେ।

 

The post ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କୁ ଇଡି ଝଟକା, ଲୁକ୍ ଆଉଟ ସର୍କୁଲାର ଜାରି କରିବାକୁ ଦାବି appeared first on Dharitri Odia News.