ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ମାରିଦେଇଛନ୍ତି। ମୃତକ ବକ୍ସିସ ସିଂ ମାନସିକ ଅସୁସ୍ଥ ଥିଲେ ବୋଲି ତାଙ୍କ ବାପା କହିବା ସହ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷେ ଗୁରୁଗ୍ରନ୍ଥ ସାହିବରୁ ପୃଷ୍ଠା ଚିରିବା ଅଭିଯୋଗରେ ବକ୍ସିସଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଅପବିତ୍ରୀକରଣ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ […] The post ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ appeared first on Dharitri Odia News.

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ମାରିଦେଇଛନ୍ତି। ମୃତକ ବକ୍ସିସ ସିଂ ମାନସିକ ଅସୁସ୍ଥ ଥିଲେ ବୋଲି ତାଙ୍କ ବାପା କହିବା ସହ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷେ ଗୁରୁଗ୍ରନ୍ଥ ସାହିବରୁ ପୃଷ୍ଠା ଚିରିବା ଅଭିଯୋଗରେ ବକ୍ସିସଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଅପବିତ୍ରୀକରଣ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେଲେ ବୋଲି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ପକ୍ଷରୁ କୁହାଯାଇଛି।

The post ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ appeared first on Dharitri Odia News.