ଗୁରୁବାର ରାଶିଫଳ (୧୧.୦୧.୨୦୨୪)

ମେଷ: ଆଶା କରିଥିବା ଦିଗରୁ ଧନ ମିଳିବ। ଦାମ୍ପତ୍ୟଜୀବନ ମଧୁମୟ ହେବ। ଦୂରସ୍ଥାନ ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁନି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ। ପରିବାର ସହ ସମୟ ବିତାଇବେ। ଛାତ୍ରଛାତ୍ରୀ ଖେଳମନସ୍କ ହେବେ। ମହିଳାମାନେ ସାମାଜିକ କ୍ଷେତ୍ରରେ ସାମିଲ ରହିେବ। ଉଧାର ଟଙ୍କା ଫେରିପାଇବେ। ମିଥୁନ: କଠିନ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଗୁପ୍ତ କଥା ଅନ୍ୟମାନଙ୍କ […]

ଗୁରୁବାର ରାଶିଫଳ (୧୧.୦୧.୨୦୨୪)
thursday-horoscope

ମେଷ: ଆଶା କରିଥିବା ଦିଗରୁ ଧନ ମିଳିବ। ଦାମ୍ପତ୍ୟଜୀବନ ମଧୁମୟ ହେବ। ଦୂରସ୍ଥାନ ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁନି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ। ପରିବାର ସହ ସମୟ ବିତାଇବେ। ଛାତ୍ରଛାତ୍ରୀ ଖେଳମନସ୍କ ହେବେ। ମହିଳାମାନେ ସାମାଜିକ କ୍ଷେତ୍ରରେ ସାମିଲ ରହିେବ। ଉଧାର ଟଙ୍କା ଫେରିପାଇବେ।

ମିଥୁନ: କଠିନ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଗୁପ୍ତ କଥା ଅନ୍ୟମାନଙ୍କ ସହ ସେୟାର କରନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ ବ୍ୟବସାୟ ଆରମ୍ଭ କରିେବ।

କର୍କଟ: ଅଚାନକ ଖୁସି ଖବର ପାଇେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି। ନୂତନ ଜମି କ୍ରୟ କରିପାରନ୍ତି। କୋର୍ଟକଚେରୀ ମାମଲାର ସମାଧାନ ଘଟିବ।

ସିଂହ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।

କନ୍ୟା: ବ୍ୟସ୍ତତା ଭିତରେ କାର୍ଯ୍ୟ ସମ୍ପନ୍ନ କରିେବ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ। ଗୁରୁଜନଙ୍କ ପୁରୁଣା ରୋଗ ସମସ୍ୟା ଚିନ୍ତା ବୃଦ୍ଧି କରିବ।

ତୁଳା: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପରିବାର ସହ ଭ୍ରମଣଯୋଗ ରହିଛି। ରାଜନୀତିରେ ସକ୍ରିୟ ରହିବେ। ମାନସମ୍ମାନ ବୃଦ୍ଧି ପାଇବ।

ବିଛା: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଅର୍ଥ ସମସ୍ୟା ଦେଖାଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ।

ଧନୁ: କୋର୍ଟକଚେରୀ ମାମଲାରେ ପଡ଼ିପାରନ୍ତି। ନିଜ ଲୋକଙ୍କଠାରୁ ପ୍ରତାରିତ ହୋଇପାରନ୍ତି। ନୂତନ ବ୍ୟବସାୟ ପାଇଁ ଯୋଜନା କରିେବ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।

ମକର: ଯୋଜନା ଅନୁସାରେ କାର୍ଯ୍ୟ କରିବେ । ମହିଳାମାନେ ଅବସାଦରେ ରହିବେ। ଉଧାର ଟଙ୍କା ଫେରିପାଇବେ। ଧୈର୍ଯ୍ୟ ରଖି କାର୍ଯ୍ୟ କରିବା ଭଲ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ।

କୁମ୍ଭ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ। ମହିଳାମାନେ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିେବ।

ମୀନ: ମାନସମ୍ମାନ ବୃଦ୍ଧି ହେବ। ଅଚାନକ ଖୁସି ଖବର ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ ହେବ। ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ।