ଗୁରୁବାର ଲକ୍ଷ୍ମୀ ଛଡ଼ା ହେଲା ଶେୟାର ବଜାର: ୭ ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ କମୁଛି ବିଦେଶୀ ନିବେଶକଙ୍କ ଭରସା। ବିଦେଶୀ ଶେୟାର ବିକ୍ରିରେ ସେନ୍‌ସେକ୍ସରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ବିଏସ୍‌ଇ ସେନ୍‌ସେକ୍ସ ୭୩,୦୦୦ ଓ ନିଫ୍‌ଟି ୨୨୦୦୦ ତଳକୁ ଖସିଛି। ମିଡିଲ୍‌ କ୍ଲାସ୍ ଓ ସ୍ମଲକ୍ୟାପ୍‌ ଇଣ୍ଡେକ୍ସରେ ଭୟଙ୍କର ସ୍ଥିତି ଉପୁଜିଛି। ଇଣ୍ଡିଆ VIX  ସାତ ପ୍ରତିଶତ ହ୍ରାସ ସହ  ବର୍ଷକର ଉଚ୍ଚସ୍ତରରକୁ ଯାଇ ବନ୍ଦ ହୋଇଥିଲା।ଗୁରୁବାର ଭାରତୀୟ ଶେୟାର ବଜାର ଲକ୍ଷ୍ମୀ ଛଡ଼ା ହୋଇଯାଇଛି। ଆଜି କାରବାର ଶେଷ ହେବା ପରେ ସେନ୍‌ସେକ୍ସ ୧୦୬୨ ଅଙ୍କ ଖସି ୭୨,୪୦୪ ଓ ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୪୫ ଅଙ୍କ ଖସି ୨୧,୯୫୭ ଅଙ୍କରେ ବନ୍ଦ ହୋଇଛି। ଏତେମାତ୍ରାରେ ହ୍ରାସ ଯୋଗୁ ପାଖାପାଖି ୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। ପଢ଼ନ୍ତୁ- ଜୀବନ ସହ ଖେଳୁଛନ୍ତି ଔଷଧ କମ୍ପାନୀ: କ୍ୟାନ୍‌ସର ବିପଦ ନେଇ ହୋଇଥିବା ୧୦ ହଜାର କେସ୍‌କୁ ରଫାଦଫା କରିଥିବା ସ୍ୱୀକାର କଲା ଫାଇଜରସେୟାର ବଜାରରେ ହ୍ରାସର ସୁନାମି ଆସିବା ଯୋଗୁ ନିବେଶକମାନେ ଆଜିର କାରବାରରେ ୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୩୯୩.୬୮ ଲକ୍ଷ କୋଟିରେ ବନ୍ଦ ହୋଇଛି, ଯାହା ଗତ ବାଣିଜ୍ୟ ଅଧିବେଶନରେ ୪୦୦.୬୯ ଲକ୍ଷ କୋଟି ଟଙ୍କା ଥିଲା। ଆଜିର ଟ୍ରେଡ୍‌ରେ ସମୁଦାୟ ୩୯୪୩ ସେୟାର କାରବାର ହୋଇଥିଲା। ଯେଉଁଥିରେ ୯୨୯ ସେୟାର ଲାଭ ସହିତ ବନ୍ଦ ହୋଇଥିବାବେଳେ

ଗୁରୁବାର ଲକ୍ଷ୍ମୀ ଛଡ଼ା ହେଲା ଶେୟାର ବଜାର: ୭ ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ କମୁଛି ବିଦେଶୀ ନିବେଶକଙ୍କ ଭରସା। ବିଦେଶୀ ଶେୟାର ବିକ୍ରିରେ ସେନ୍‌ସେକ୍ସରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ବିଏସ୍‌ଇ ସେନ୍‌ସେକ୍ସ ୭୩,୦୦୦ ଓ ନିଫ୍‌ଟି ୨୨୦୦୦ ତଳକୁ ଖସିଛି। ମିଡିଲ୍‌ କ୍ଲାସ୍ ଓ ସ୍ମଲକ୍ୟାପ୍‌ ଇଣ୍ଡେକ୍ସରେ ଭୟଙ୍କର ସ୍ଥିତି ଉପୁଜିଛି। ଇଣ୍ଡିଆ VIX  ସାତ ପ୍ରତିଶତ ହ୍ରାସ ସହ  ବର୍ଷକର ଉଚ୍ଚସ୍ତରରକୁ ଯାଇ ବନ୍ଦ ହୋଇଥିଲା।

ଗୁରୁବାର ଭାରତୀୟ ଶେୟାର ବଜାର ଲକ୍ଷ୍ମୀ ଛଡ଼ା ହୋଇଯାଇଛି। ଆଜି କାରବାର ଶେଷ ହେବା ପରେ ସେନ୍‌ସେକ୍ସ ୧୦୬୨ ଅଙ୍କ ଖସି ୭୨,୪୦୪ ଓ ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୪୫ ଅଙ୍କ ଖସି ୨୧,୯୫୭ ଅଙ୍କରେ ବନ୍ଦ ହୋଇଛି। ଏତେମାତ୍ରାରେ ହ୍ରାସ ଯୋଗୁ ପାଖାପାଖି ୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। 
ପଢ଼ନ୍ତୁ- ଜୀବନ ସହ ଖେଳୁଛନ୍ତି ଔଷଧ କମ୍ପାନୀ: କ୍ୟାନ୍‌ସର ବିପଦ ନେଇ ହୋଇଥିବା ୧୦ ହଜାର କେସ୍‌କୁ ରଫାଦଫା କରିଥିବା ସ୍ୱୀକାର କଲା ଫାଇଜର

ସେୟାର ବଜାରରେ ହ୍ରାସର ସୁନାମି ଆସିବା ଯୋଗୁ ନିବେଶକମାନେ ଆଜିର କାରବାରରେ ୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୩୯୩.୬୮ ଲକ୍ଷ କୋଟିରେ ବନ୍ଦ ହୋଇଛି, ଯାହା ଗତ ବାଣିଜ୍ୟ ଅଧିବେଶନରେ ୪୦୦.୬୯ ଲକ୍ଷ କୋଟି ଟଙ୍କା ଥିଲା। ଆଜିର ଟ୍ରେଡ୍‌ରେ ସମୁଦାୟ ୩୯୪୩ ସେୟାର କାରବାର ହୋଇଥିଲା। ଯେଉଁଥିରେ ୯୨୯ ସେୟାର ଲାଭ ସହିତ ବନ୍ଦ ହୋଇଥିବାବେଳେ ୨୯୦୨ ସେୟାର କ୍ଷତି ସହିତ ବନ୍ଦ ହୋଇଯାଇଥିଲା। ୧୧୨ ସେୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନଥିଲା। 

ଇଣ୍ଡିଆ VIXରେ ରେକର୍ଡ ବୃଦ୍ଧି

ଆଗାମୀ ଦିନରେ ଷ୍ଟକ୍ ମାର୍କେଟରେ ଉତ୍ଥାନ-ପତନ ଇଣ୍ଡିଆ VIXର ବୃଦ୍ଧି ଦ୍ୱାରା ମପାଯାଇଥାଏ। ଆଜିର କାରବାରରେ ଇଣ୍ଡିଆ VIX ୧୮.୨୬ ପର୍ଯ୍ୟନ୍ତ ବୃଦ୍ଧି ଦେଇଛି, ତେଣୁ ଆଗାମୀ ଦିନରେ ବଜାରରେ ବହୁତ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଏଥିରୁ ଜଣାପଡ଼ୁଛି। ବଜାର ବନ୍ଦ ସମୟରେ ଇଣ୍ଡିଆ ଭିକ୍ସ ୬.୫୬ ପ୍ରତିଶତ ବୃଦ୍ଧି ସହିତ ୧୮୨୦ରେ ବନ୍ଦ ହୋଇଯାଇଥିଲା।

ଆଜିର କାରବାର, ଦୁଇଟି FMCG ଏବଂ ଏନର୍ଜୀ ଷ୍ଟକ୍‌ରେ ବଡ ହ୍ରାସ ହେତୁ FMCG ଏବଂ ଶକ୍ତି ଇଣ୍ଡେକ୍ସ ଏକ ବଡ଼ ହ୍ରାସ ସହିତ ବନ୍ଦ ହୋଇଗଲା। ନିଫ୍ଟିର FMCG ଇଣ୍ଡେକ୍ସ ୧୨୮୩ ପଏଣ୍ଟ ହ୍ରାସ ସହିତ ଏନର୍ଜୀ ସେକ୍ଟରରେ ୧୧୭୭ ପଏଣ୍ଟ ହ୍ରାସରେ ବନ୍ଦ ହୋଇଥିଲା। ଏହା ବ୍ୟତୀତ ଆଇଟି, ଫାର୍ମା, ମେଟାଲ୍ ଅଏଲ୍ ଏବଂ ଗ୍ୟାସ୍, କଞ୍ଜ୍ୟୁମର ଡ୍ୟୁରେବଲ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରର ସେୟାର ମଧ୍ୟ ହ୍ରାସ ସହିତ ବନ୍ଦ ହୋଇଛି।