ଗୁରୁବେଡା ରାସ୍ତା ଉପରେ ୧୭ ଟିକିଆ ହାତୀପଲ, ଦୀର୍ଘ ୨ ଘଣ୍ଟା ଧରି ରାସ୍ତା ଅବରୋଧ
ଯୋଡା: ଯୋଡା ଖଣିକ୍ଷେତ୍ର ଅନ୍ତର୍ଗତ ଗୁରୁବେଡା ରାସ୍ତା ଉପରେ ୧୭ଟିକିଆ ହାତୀପଲ ପ୍ରାୟ ୨ଘଣ୍ଟା ଧରି ରବିବାର ଅପରାହ୍ନରେ ରାସ୍ତା ଅବରୋଧ କରି ରଖିଥିବା ବେଳେ ଏହି ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏହି ୧୭ ଟିକିଆ ହାତୀ ପଲରେ ୪ଟି ଅଣ୍ଡିରା ହାତୀ ଥିବାବେଳେ ୭ଟି ମାଈ ହାତୀ ଓ ୬ଟି ଛୁଆ ହାତୀ ଥିବା ବନ ବିଭାଗ କହିଛି। ଏମାନେ ୨ ଦିନହେଲା […]

ଯୋଡା: ଯୋଡା ଖଣିକ୍ଷେତ୍ର ଅନ୍ତର୍ଗତ ଗୁରୁବେଡା ରାସ୍ତା ଉପରେ ୧୭ଟିକିଆ ହାତୀପଲ ପ୍ରାୟ ୨ଘଣ୍ଟା ଧରି ରବିବାର ଅପରାହ୍ନରେ ରାସ୍ତା ଅବରୋଧ କରି ରଖିଥିବା ବେଳେ ଏହି ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏହି ୧୭ ଟିକିଆ ହାତୀ ପଲରେ ୪ଟି ଅଣ୍ଡିରା ହାତୀ ଥିବାବେଳେ ୭ଟି ମାଈ ହାତୀ ଓ ୬ଟି ଛୁଆ ହାତୀ ଥିବା ବନ ବିଭାଗ କହିଛି। ଏମାନେ ୨ ଦିନହେଲା ଗୁରୁବେଡା ବୈତରଣୀ ସଂଗ୍ରକ୍ଷିତ ଜଙ୍ଗଲ ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଥିବା ଲୋକେ କହିଛନ୍ତି।
ଲୋକେ ସେମାନଙ୍କ ସହିତ ସେଲ୍ଫି ଉଠାଉଥିବା ବେଳେ ହାତୀପଲ ନିରୁପାୟ ହୋଇ ରାସ୍ତାଉପରକୁ ଚାଲି ଆସୁଛନ୍ତି। ଉଗ୍ର ଖଣି ଖନନ ଯୋଗୁ ଜଙ୍ଗଲ ଅବକ୍ଷୟ ଏହାର ପ୍ରଧାନ କାରଣ ବୋଲି ଜଣାପଡିଛି। ଗୁରୁବେଡା ଅଞ୍ଚଳଟି ହାତୀ ମାନଙ୍କ ଚଳପ୍ରଚଳ ଅଞ୍ଚଳ ଭାବେ ବନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଏହିଠାରେ କେତେବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସଂଯୋଗ କରାଯାଇ ହାତୀ ଶୀକାର କରାଯାଇଥାଏ ତ ଅନ୍ୟ କେତେବେଳେ ରେଳ ଧାରଣା ଅତିକ୍ରମ କରିବା ସମୟରେ ରେଳ ଧକ୍କାରେ ସେମାନେ ପ୍ରାଣ ହରାଇ ଥାଆନ୍ତି।
ସେହି ନିକଟରେ ପୁର୍ବରୁ ୨ଟି ହାତୀ ବିଦ୍ୟୁତ୍ ଆଘାତରେ ଓ ୨ଟି ପର୍ଯ୍ୟାୟରେ ୫ଟି ହାତୀ ରେଳଧକ୍କାରେ ମ୍ରୁତ୍ୟୁ ବରଣ କରିଛନ୍ତି। ଫଳରେ ବନ ବିଭାଗ ରେଳ ଧାରଣା କଡରେ ସୌର ଚାଳିତ ବାଡ ଲଗାଇ ଏହାକୁ ନିୟନ୍ତ୍ରଣ କରିଛନ୍ତି। ହାତୀଛୁଆକୁ ଧରି ହାତୀପଲ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଲୋକେ ଅଟକି ରହିଲେ। ଶେଷରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା ।