ଗୁଳିମାଡ଼ରେ ଚାଲିଗଲା ଫାଷ୍ଟଫୁଡ୍ ଦୋକାନୀଙ୍କ ଜୀବନ
ସିନାପାଲି, ୧୧।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା କାପସି ବରଗଛ ଛକଠାରେ ଗତ ରବିବାର ରାତିରେ ଫାଷ୍ଟଫୁଡ ଦୋକାନୀ ନିଲାମ୍ବର ମେହେରଙ୍କୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ସହ ଗ୍ରାମବାସୀ ସରକାରୀ ସହାୟତା ଦାବି କରି କାପସି ବରଗଛ ଛକଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା, ମୃତକଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି […] The post ଗୁଳିମାଡ଼ରେ ଚାଲିଗଲା ଫାଷ୍ଟଫୁଡ୍ ଦୋକାନୀଙ୍କ ଜୀବନ appeared first on Dharitri Odia News.
ସିନାପାଲି, ୧୧।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା କାପସି ବରଗଛ ଛକଠାରେ ଗତ ରବିବାର ରାତିରେ ଫାଷ୍ଟଫୁଡ ଦୋକାନୀ ନିଲାମ୍ବର ମେହେରଙ୍କୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ପରିବାର ଲୋକଙ୍କ ସହ ଗ୍ରାମବାସୀ ସରକାରୀ ସହାୟତା ଦାବି କରି କାପସି ବରଗଛ ଛକଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା, ମୃତକଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଓ ଭତ୍ତା ପ୍ରଦାନ, ଆବାସ ଯୋଜନାରେ ସାମିଲ, ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବାକୁ ଦାବିପତ୍ରରେ ଉଲ୍ଲେଖ ହୋଇଛି।
ସିନାପାଲି ତହସିଲଦାର ଉପାଞ୍ଜଲି ମାଝିଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ପରେ ଜିଲା ଓ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ମୃତ ପରିବାରକୁ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଘଟଣାରେ ସିନାପାଲି ପୋଲିସ ଏକ ପିସ୍ତଲ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି। ପୂର୍ବତନ ଜିଲାପରିଷଦ ସଦସ୍ୟ ପ୍ରିୟ ରଞ୍ଜନ ମେହେରଙ୍କ ନେତୃତ୍ୱରେ ସୁରଜ ମେହେର, ସୁବାସ ମେହେର, ମୁର୍ଲି ମେହେର, ଜିତେନ ମେହେର, ରାଜୁ ମେହେର, ଶଙ୍କର ମେହେର, ଉଧବ ମେହେରଙ୍କ ସମେତ ମୃତକଙ୍କ ପରିବାର ସଦସ୍ୟ ଆନ୍ଦୋଳନରେ ସାମିଲ ଥିଲେ।
The post ଗୁଳିମାଡ଼ରେ ଚାଲିଗଲା ଫାଷ୍ଟଫୁଡ୍ ଦୋକାନୀଙ୍କ ଜୀବନ appeared first on Dharitri Odia News.