ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଥିଲା ମହାବଳ, କ୍ୟାମେରାରେ ହେଲା କଏଦ

ଗଜପତି,୫ା୧୨(ଗିରିଧାରୀ ପରିଚ୍ଛା): ବନ ବିଭାଗର ଟ୍ରାପ୍‌ କ୍ୟାମେରାରେ କଏଦ ହେଲା ମହାବଳ। ବୁଧବାର ସନ୍ଧ୍ୟାରେ ଅନ୍ଧାରିଝୋଳା ନିକଟରେ କାଜୁ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଖଞ୍ଜି ଥିଲା ବନ ବିଭାଗ। ମଙ୍ଗଳବାର ବିଳମ୍ବିତ ରାତିରେ ଜାକବ ସବରଙ୍କ ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ଖାଇଲା ପରେ ବଳକା ଛାଡ଼ି ପଳାଇଥିଲା ମହାବଳ। ପୁଣିଥରେ ଆସି ଖାଇବାର ଅନୁମାନ କରି କ୍ୟାମେରା ଖଞ୍ଜିଥିଲେ ବନ ଅଧିକାରୀ। ମୋଟ୍‌ ୫ଟି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ସେଥି ମଧ୍ୟରୁ ୪ଟି କ୍ୟାମେରାରେ […] The post ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଥିଲା ମହାବଳ, କ୍ୟାମେରାରେ ହେଲା କଏଦ appeared first on Dharitri Odia News.

ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଥିଲା ମହାବଳ, କ୍ୟାମେରାରେ ହେଲା କଏଦ

ଗଜପତି,୫ା୧୨(ଗିରିଧାରୀ ପରିଚ୍ଛା): ବନ ବିଭାଗର ଟ୍ରାପ୍‌ କ୍ୟାମେରାରେ କଏଦ ହେଲା ମହାବଳ। ବୁଧବାର ସନ୍ଧ୍ୟାରେ ଅନ୍ଧାରିଝୋଳା ନିକଟରେ କାଜୁ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଖଞ୍ଜି ଥିଲା ବନ ବିଭାଗ। ମଙ୍ଗଳବାର ବିଳମ୍ବିତ ରାତିରେ ଜାକବ ସବରଙ୍କ ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ଖାଇଲା ପରେ ବଳକା ଛାଡ଼ି ପଳାଇଥିଲା ମହାବଳ। ପୁଣିଥରେ ଆସି ଖାଇବାର ଅନୁମାନ କରି କ୍ୟାମେରା ଖଞ୍ଜିଥିଲେ ବନ ଅଧିକାରୀ। ମୋଟ୍‌ ୫ଟି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ସେଥି ମଧ୍ୟରୁ ୪ଟି କ୍ୟାମେରାରେ ବାଘର ଫଟୋ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ୬ରୁ ୭ଟା ମଧ୍ୟରେ ଥରେ ଆସିଥିବାବେଳେ ବିଳମ୍ବିତ ରାତିରେ ଆସିଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଗତବର୍ଷ ଠିକ୍‌ ଏହି ସମୟରେ ମହାରାଷ୍ଟ୍ରରୁ ଆସିଥିବା ବାଘ ଏବେ ବି ସେହି ମହାବଳ ବାଘ ହୋଇଥିବା ଅନୁମାନ କରୁଛି ବନ ବିଭାଗ।

The post ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଥିଲା ମହାବଳ, କ୍ୟାମେରାରେ ହେଲା କଏଦ appeared first on Dharitri Odia News.