ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଲିଖିତ ଉତ୍ତର, ରାଜଧାନୀରେ ଜବରଦଖଲକାରୀଙ୍କ କବ୍ଜାରେ ୩୦ ଏକର ଜମି

ଭୁବନେଶ୍ୱର ୦୩।୦୯ : ଜବରଦଖଲକାରୀଙ୍କ କବ୍‌ଜାରେ ମୂଲ୍ୟବାନ ଜମି । ସହରାଞ୍ଚଳର କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଲକାରୀଙ୍କ କବ୍‌ଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ।  ବିଧାନସଭାରେ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ, ଜବରଦଖଲ ହୋଇଥିବା ଜମି ମଧ୍ୟରେ ସର୍ବାଧିକ ସାମପୁର ମଉଜାର  ୨୭ ଏକର ଜମି ରହିଛି । ଆଉ ଏଥି ପାଇଁ ୧୬ ଗୋଟି ଜବରଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ସମସ୍ତ ମାମଲାରେ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ସେହିପରି ଗାଡ଼କଣରେ ଦୁଇ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ବେଳେ ଚନ୍ଦ୍ରଶେଖରପୁରରେ ଦେଢ ଏକର ଜମି ମଧ୍ୟ କବ୍‌ଜାରେ ରହିଛି ।   

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଲିଖିତ ଉତ୍ତର, ରାଜଧାନୀରେ ଜବରଦଖଲକାରୀଙ୍କ କବ୍ଜାରେ ୩୦ ଏକର ଜମି

ଭୁବନେଶ୍ୱର ୦୩।୦୯ : ଜବରଦଖଲକାରୀଙ୍କ କବ୍‌ଜାରେ ମୂଲ୍ୟବାନ ଜମି । ସହରାଞ୍ଚଳର କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଲକାରୀଙ୍କ କବ୍‌ଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । 
 ବିଧାନସଭାରେ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ, ଜବରଦଖଲ ହୋଇଥିବା ଜମି ମଧ୍ୟରେ ସର୍ବାଧିକ ସାମପୁର ମଉଜାର  ୨୭ ଏକର ଜମି ରହିଛି । ଆଉ ଏଥି ପାଇଁ ୧୬ ଗୋଟି ଜବରଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ସମସ୍ତ ମାମଲାରେ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ସେହିପରି ଗାଡ଼କଣରେ ଦୁଇ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ବେଳେ ଚନ୍ଦ୍ରଶେଖରପୁରରେ ଦେଢ ଏକର ଜମି ମଧ୍ୟ କବ୍‌ଜାରେ ରହିଛି ।