ଗୃହରେ NEET ଘମାସାନ,ରାହୁଲଙ୍କ ଅଭିଯୋଗର କ’ଣ ଜବାବ ଦେଲେ ଧର୍ମେନ୍ଦ୍ର?
ନୂଆଦିଲ୍ଲୀ ୨୨/୭: ସଂସଦରେ NEET ଝଡ । ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାବେଳେ NEET ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ । ପରୀକ୍ଷା ବ୍ୟବସ୍ଥାରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଭାଷଣରେ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଟଙ୍କା ଦେଇ ପରୀକ୍ଷା କିଣାଯାଇଛି । ପରୀକ୍ଷା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜଡିତ । ଏଭଳି କରି ସେମାନଙ୍କ ଭବିଷ୍ୟତ ସହ ଖେଳ ହୋଇଥିବା ନେଇ ସଂଗୀନ ଅଭିଯୋଗ କରିଛନ୍ତି ରାହୁଲ । ଯାହାର କଡା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମଗ୍ର ପରୀକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ନିନ୍ଦନୀୟ ।
ନୂଆଦିଲ୍ଲୀ ୨୨/୭: ସଂସଦରେ NEET ଝଡ । ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାବେଳେ NEET ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ । ପରୀକ୍ଷା ବ୍ୟବସ୍ଥାରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଭାଷଣରେ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଟଙ୍କା ଦେଇ ପରୀକ୍ଷା କିଣାଯାଇଛି । ପରୀକ୍ଷା ସହ ଲକ୍ଷ ଲକ୍ଷ
ଛାତ୍ରଛାତ୍ରୀଙ୍କ ଜଡିତ । ଏଭଳି କରି ସେମାନଙ୍କ ଭବିଷ୍ୟତ ସହ ଖେଳ ହୋଇଥିବା ନେଇ ସଂଗୀନ ଅଭିଯୋଗ କରିଛନ୍ତି ରାହୁଲ । ଯାହାର କଡା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମଗ୍ର ପରୀକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ନିନ୍ଦନୀୟ ।