ଗୃହରେ ଅଚଳାବସ୍ଥା ଜାରି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ବର ୨୪।୭: ତୃତୀୟ ଦିନରେ ବି ଗୃହରେ ହଟ୍ଟଗୋଳ ଓ ନାରାବାଜି । ଗୃହରେ ଅଚଳାବସ୍ଥା ଦୂର କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଶାସକ ଦଳରୁ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସର୍ବଦଳୀୟ ବୈଠକ ପାଇଁ ଡାକିଛନ୍ତି ବାଚସ୍ପତି । ସେପଟେ ଗୃହରେ ହଟ୍ଟଗୋଳ ପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି । ପୂର୍ବରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି ।You Can Read:ତୃତୀୟ ଦିନରେ ବି ଗୃହରେ ହଟ୍ଟଗୋଳ, ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ବର ୨୪।୭: ତୃତୀୟ ଦିନରେ ବି ଗୃହରେ ହଟ୍ଟଗୋଳ ଓ ନାରାବାଜି । ଗୃହରେ ଅଚଳାବସ୍ଥା ଦୂର କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଶାସକ ଦଳରୁ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସର୍ବଦଳୀୟ ବୈଠକ ପାଇଁ ଡାକିଛନ୍ତି ବାଚସ୍ପତି ।
ସେପଟେ ଗୃହରେ ହଟ୍ଟଗୋଳ ପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି । ପୂର୍ବରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି ।
You Can Read: