ଗୃହରେ ଉଠିଲା ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ପ୍ରସଙ୍ଗ,୨୦ ଲକ୍ଷ ବୃଦ୍ଧି କରିବାକୁ ତାରାଙ୍କ ଦାବି
ଭୁବନେଶ୍ବର: ଗୃହରେ ଉଠିଲା ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ପ୍ରସଙ୍ଗ । ଯଥାଶୀଘ୍ର ସାମ୍ବାଦିକଙ୍କ ବୀମାର ନବୀକରଣ କରିବାକୁ ଦାବି କରିବା ସହ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷ କରିବାକୁ ଦାବି କରି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଏହ ସହ, ସାମ୍ବାଦିକ ସ୍ବାସ୍ଥ୍ୟ ବୀମାରେ ବାପା-ମାଆଙ୍କୁ ସାମିଲ ଏବଂ ବିଧାନସଭା ଲବିକୁ ସାମ୍ବାଦିକଙ୍କୁ ଯିବାକୁ ଅନୁମତି ଦାବି ମଧ୍ୟ ଉଠାଇଛନ୍ତି କଂଗ୍ରେସ ବିଧାୟକ। ସୂଚନାଥାଉକି, ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ୨୦୧୮ରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ପ୍ରତି ବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତ୍ତୀ ବର୍ଷ ପାଇଁ ନୂଆ କାର୍ଡ ମିଳିଯାଇଥାଏ। ମାତ୍ର ଚଳିତ ବର୍ଷ ସରକାର ପରିବର୍ତ୍ତନ ପରେ ଏଥିରେ ବ୍ୟତିକ୍ରମ ଘଟିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଚଳିତ ବର୍ଷ ବଜେଟରେ ‘ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ପାଇଁ ବ୍ୟୟବରାଦ ହୋଇନଥିବାରୁ ବୀମାକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି।
ଭୁବନେଶ୍ବର: ଗୃହରେ ଉଠିଲା ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ପ୍ରସଙ୍ଗ । ଯଥାଶୀଘ୍ର ସାମ୍ବାଦିକଙ୍କ ବୀମାର ନବୀକରଣ କରିବାକୁ ଦାବି କରିବା ସହ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷ କରିବାକୁ ଦାବି କରି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଏହ ସହ, ସାମ୍ବାଦିକ ସ୍ବାସ୍ଥ୍ୟ ବୀମାରେ ବାପା-ମାଆଙ୍କୁ ସାମିଲ ଏବଂ ବିଧାନସଭା ଲବିକୁ ସାମ୍ବାଦିକଙ୍କୁ ଯିବାକୁ ଅନୁମତି ଦାବି ମଧ୍ୟ ଉଠାଇଛନ୍ତି କଂଗ୍ରେସ ବିଧାୟକ।
ସୂଚନାଥାଉକି, ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ୨୦୧୮ରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ପ୍ରତି ବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତ୍ତୀ ବର୍ଷ ପାଇଁ ନୂଆ କାର୍ଡ ମିଳିଯାଇଥାଏ। ମାତ୍ର ଚଳିତ ବର୍ଷ ସରକାର ପରିବର୍ତ୍ତନ ପରେ ଏଥିରେ ବ୍ୟତିକ୍ରମ ଘଟିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଚଳିତ ବର୍ଷ ବଜେଟରେ ‘ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ପାଇଁ ବ୍ୟୟବରାଦ ହୋଇନଥିବାରୁ ବୀମାକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି।