ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ, ମାଇକ୍ ଭାଙ୍ଗିଲେ
ଭୁବନେଶ୍ୱର: ବିଧାନସଭାରେ ସୀମା ଟପୁଛି ବିଜେପି । ସତ ଧରାପଡିବା ପରେ ବି କମିନି ମୁହଁ ଫୁଟାଣୀ । ନିଜ... The post ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ, ମାଇକ୍ ଭାଙ୍ଗିଲେ appeared first on .
ଭୁବନେଶ୍ୱର: ବିଧାନସଭାରେ ସୀମା ଟପୁଛି ବିଜେପି । ସତ ଧରାପଡିବା ପରେ ବି କମିନି ମୁହଁ ଫୁଟାଣୀ । ନିଜ ବିଫଳତା ଲୁଚାଇବାକୁ ଭିନ୍ନ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଏଭିତରେ ସେମାନେ ଗୃହ ଓ ବାଚସ୍ପତିଙ୍କ ଗାରିମାକୁ ମଧ୍ଯ କ୍ଷୁର୍ଣ୍ଣ କରିବାକୁ ପଛାଉନାହାଁନ୍ତି । ଗୃହ ମଧ୍ଯରେ ଦାବି ଉପସ୍ଥାପନା କରିବା କିମ୍ବା ପ୍ରତିବାଦ କରିବା କିଛି ନୂଆ ନୁହେଁ । କିନ୍ତୁ ତାହା ବି ଶାଳିନତା ଭିତରେ ହେବା କଥା।
କିନ୍ତୁ ବିଜେପି ବିଧାୟକମାନେ ଶାଳିନତାକୁ ଭୁଲି ଆଜି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ଯମ କରିଥିଲେ। ବାଚସ୍ପତିଙ୍କ ସୁରକ୍ଷାକର୍ମୀ ପ୍ରତିରୋଧ କରିବାରୁ ବିଧାୟକ ନାଉରୀ ନାୟକ ଓ ବିରୋଧୀଦଳ ମୁଖ୍ଯ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମରେ ଥିବା ମାଇକକୁ ଭାଙ୍ଗି ଦେଇଥିଲେ। ଗତକାଲି ନୟାଗଡ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ରାୟ ପରେ ପରୀ ହତ୍ଯା ମାମଲାରେ ରାଜ୍ଯ ବିଜେପିର ଚକ୍ରାନ୍ତ ଧରାପଡିଥିଲା। ତେଣୁ ରାଜ୍ଯ ବିଜେପି ନେତାମାନେ କ୍ଷମା ମାଗିବାକୁ ଦାବି କରିଥିଲା ବିଜେଡି।
ବିଜେଡିର ଏହି ଦାବି ପରେ ବିଜେପି ବିଧାୟକମାନେ ପରୀ ହତ୍ଯା ମାମଲାରେ ସିବିଆଇ ତଦନ୍ତ ଦାବି କରି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଅପରାହ୍ନ ଅଧିବେଶନରେ ବିଜେପି ବିଧାୟକମାନେ ପୁଣି ଥରେ ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଉଦ୍ଯମ କରି ମାଇକ ଭାଙ୍ଗିଥିଲେ। ବିଜେପି ନେତାଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରୁ ନନ୍ଦା କରାଯାଉଛି।
The post ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ, ମାଇକ୍ ଭାଙ୍ଗିଲେ appeared first on .