ଗେରୁଆ ବସ୍ତ୍ର ପିନ୍ଧି ଆସିଥିଲେ ଛାତ୍ର, ଶିକ୍ଷକ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

ନୂଆଦିଲ୍ଲୀ: ସ୍କୁଲ୍‌ରେ ଛାତ୍ରଙ୍କ ଗେରୁଆ ବସ୍ତ୍ରକୁ ଶିକ୍ଷକ ବିରୋଧ କରିବାରୁ ସ୍କୁଲ୍‌ ଭାଙ୍ଗିଲେ ଛାତ୍ର। ତେଲେଙ୍ଗାନା ମାଞ୍ଚେରିଆଲ ଜିଲ୍ଲା ମଦର ଟେରେସା ସ୍କୁଲ୍‌ରେ ଏଭଳି ଘଟଣା ଘଟିଛି। ହନୁମାନ ଦିକ୍ଷା ଡ୍ରେସ ପିନ୍ଧି କିଛି ଛାତ୍ର ସ୍କୁଲ୍ ଭିତରକୁ ପ୍ରବେଶ କରିଥିଲେ। ହେଲେ ଶିକ୍ଷକମାନେ ଏହି ଛାତ୍ରମାନଙ୍କୁ କ୍ଲାସ୍‌ ରୁମ ଭିତରକୁ ପ୍ରବେଶ କରିବାକୁ ନ ଦେବାରୁ କିଛି ଗେରୁଆବସ୍ତ୍ର ଧାରି ଯୁବକ ସ୍କୁଲ୍‌କୁ ଢେଲାପଥର ମାଡ଼ କରି ଭଙ୍ଗାରୁଜା କରିଥିଲେ। ପଢ଼ନ୍ତୁ-ଇରାନ କବଳରୁ ସୁରକ୍ଷିତ ଭାରତ ଫେରିଲେ କେରଳ ମହିଳା; ବାକି ୧୬ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରିକ୍ଲାସ୍‌ରେ ବସିବାକୁ ନ ଦେବାରୁ ବିଦ୍ୟାର୍ଥୀଙ୍କ ଅଭିଭାବକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଧବାର ସ୍କୁଲ୍ କୋରେସ୍‌ପଣ୍ଡେଣ୍ଟ ଓ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ ଧାରା ୧୫୩(ଏ)(ଧାର୍ମିକ ଆଧାରରେ ଦୁଇ ସମ୍ପ୍ରଦାୟ ଓ ଦଳ ମଧ୍ୟରେ ଶତ୍ରୁତା ପ୍ରୋତ୍ସାହନ) ଓ ୨୯୫(ଏ)(ଧାର୍ମିକ  ଭାବନାକୁ ଆଘାତ ଦେବା)ରେ ମାମଲା ରୁଜୁ କରାଯାଇଛି। ଅଭିଭାବକମାନେ କହିଛନ୍ତି ପିଲାମାନେ ୨୧ ଦିବସୀୟ ବିଶେଷ ଧାର୍ମିକ ରୀତି ଅନୁସାରେ ସେମାନେ ଗେରୁଆ ବସ୍ତ୍ର ପିନ୍ଧିଥିଲେ।ଅନ୍ୟପଟେ ଅଭିଯୋଗକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ପିଲାମାନେ ସ୍କୁଲ୍ ୟୁନିଫର୍ମ ପିନ୍ଧିକି ନ ଆସିବାରୁ ସେମାନଙ୍କୁ ନିଜ ବାପାମାଙ୍କୁ ନେଇ ଆସିବାକୁ କୁହାଯାଇଥିଲା। ଏହାପରେ ଧାର୍ମିକ ଗ୍ରୁପ୍ ଆସି

ଗେରୁଆ ବସ୍ତ୍ର ପିନ୍ଧି ଆସିଥିଲେ ଛାତ୍ର, ଶିକ୍ଷକ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

ନୂଆଦିଲ୍ଲୀ: ସ୍କୁଲ୍‌ରେ ଛାତ୍ରଙ୍କ ଗେରୁଆ ବସ୍ତ୍ରକୁ ଶିକ୍ଷକ ବିରୋଧ କରିବାରୁ ସ୍କୁଲ୍‌ ଭାଙ୍ଗିଲେ ଛାତ୍ର। ତେଲେଙ୍ଗାନା ମାଞ୍ଚେରିଆଲ ଜିଲ୍ଲା ମଦର ଟେରେସା ସ୍କୁଲ୍‌ରେ ଏଭଳି ଘଟଣା ଘଟିଛି। ହନୁମାନ ଦିକ୍ଷା ଡ୍ରେସ ପିନ୍ଧି କିଛି ଛାତ୍ର ସ୍କୁଲ୍ ଭିତରକୁ ପ୍ରବେଶ କରିଥିଲେ। ହେଲେ ଶିକ୍ଷକମାନେ ଏହି ଛାତ୍ରମାନଙ୍କୁ କ୍ଲାସ୍‌ ରୁମ ଭିତରକୁ ପ୍ରବେଶ କରିବାକୁ ନ ଦେବାରୁ କିଛି ଗେରୁଆବସ୍ତ୍ର ଧାରି ଯୁବକ ସ୍କୁଲ୍‌କୁ ଢେଲାପଥର ମାଡ଼ କରି ଭଙ୍ଗାରୁଜା କରିଥିଲେ। 

ପଢ଼ନ୍ତୁ-ଇରାନ କବଳରୁ ସୁରକ୍ଷିତ ଭାରତ ଫେରିଲେ କେରଳ ମହିଳା; ବାକି ୧୬ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି

କ୍ଲାସ୍‌ରେ ବସିବାକୁ ନ ଦେବାରୁ ବିଦ୍ୟାର୍ଥୀଙ୍କ ଅଭିଭାବକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଧବାର ସ୍କୁଲ୍ କୋରେସ୍‌ପଣ୍ଡେଣ୍ଟ ଓ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ ଧାରା ୧୫୩(ଏ)(ଧାର୍ମିକ ଆଧାରରେ ଦୁଇ ସମ୍ପ୍ରଦାୟ ଓ ଦଳ ମଧ୍ୟରେ ଶତ୍ରୁତା ପ୍ରୋତ୍ସାହନ) ଓ ୨୯୫(ଏ)(ଧାର୍ମିକ  ଭାବନାକୁ ଆଘାତ ଦେବା)ରେ ମାମଲା ରୁଜୁ କରାଯାଇଛି। ଅଭିଭାବକମାନେ କହିଛନ୍ତି ପିଲାମାନେ ୨୧ ଦିବସୀୟ ବିଶେଷ ଧାର୍ମିକ ରୀତି ଅନୁସାରେ ସେମାନେ ଗେରୁଆ ବସ୍ତ୍ର ପିନ୍ଧିଥିଲେ।

ଅନ୍ୟପଟେ ଅଭିଯୋଗକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ପିଲାମାନେ ସ୍କୁଲ୍ ୟୁନିଫର୍ମ ପିନ୍ଧିକି ନ ଆସିବାରୁ ସେମାନଙ୍କୁ ନିଜ ବାପାମାଙ୍କୁ ନେଇ ଆସିବାକୁ କୁହାଯାଇଥିଲା। ଏହାପରେ ଧାର୍ମିକ ଗ୍ରୁପ୍ ଆସି ସ୍କୁଲ୍‌ରେ ଭଙ୍ଗାରୁଜା କରିଥିଲେ। ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିକ୍ଷୋଭକାରୀମାନେ ସ୍କୁଲ୍‌ ଝରକା କାଚ ଭାଙ୍ଗିବା ସହିତ ଟେକାପଥର ମାଡ଼ କରିଥିଲେ। ଏନେଇ ସ୍କୁଲ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।