ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନଙ୍କ ବଲିଉଡ୍ ଡେବ୍ୟୁ, ଏହି ଫିଲ୍ମରେ ଆସିବେ ନଜର

ମୁମ୍ଵାଇ ୨୦।୧୨; ବଲିଉଡ ସୁପରଷ୍ଟାର ଗୋବିନ୍ଦା । ଦୀର୍ଘ ବର୍ଷ ହେ ବିଟାଉନ୍‌ରେ ରାଜ କରିଆସୁଛନ୍ତି ।  ଅନେକ କମେଡି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଶଂସକଙ୍କୁ ବହୁତ ହସାଇଛନ୍ତି। ଆଜି ବି ସେ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କ ସହିତ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗ୍ରହୀ। ବର୍ତ୍ତମାନ, ତାଙ୍କ ପୁଅ ୟଶବର୍ଦ୍ଧନ ଅହୁଜା ରୂପେଲି ପରଦାରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ।ଖବର ଅନୁଯାୟୀ, ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସାଇ ରାଜେଶଙ୍କ ଆଗାମୀ ଚଳଚ୍ଚିତ୍ରରେ ୟଶବର୍ଦ୍ଧନ ଅହୁଜା ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ସ୍ୱତନ୍ତ୍ର ପ୍ରେମ କାହାଣୀ ଉପରେ ଆଧାରିତ ହେବ । ବଡ଼ ପରଦାରେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଅହୁଜାଙ୍କୁ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।ୟଶବର୍ଦ୍ଧନ ଏହି ଭୂମିକା ପାଇଁ ଅଡିସନ ଦେଇଥିଲେ । ଏହି ଚଳଚ୍ଚିତ୍ରଟି ସାଇ ରାଜେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ ଏବଂ ମଧୁ ମଣ୍ଟେନା, ଅଲୁ ଅରବିନ୍ଦ ଏବଂ ଏସକେଏନ୍ ଫିଲ୍ମ ଦ୍ୱାରା ନିର୍ମିତ ହେବ। ନିର୍ମାତାମାନେ ଏକ ନୂଆ ଯୋଡି ଲଞ୍ଚ କରିବାକୁ ଚାହୁଁଥିବାରୁ ଫିଲ୍ମ ପାଇଁ ଅଭିନେତ୍ରୀ ସନ୍ଧାନ ଚାଲିଥିବାର ଖବର ମଧ୍ୟ ରହିଛି। ସାଇ ରାଜେଶ ଏବଂ ନିର୍ମାତାମାନେ ଏହି ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ସଂଗୀତ ଆଲବମ୍ ପ୍ରସ୍ତୁତ କରିବା କାର୍ଯ୍ୟ କରୁଛନ୍ତି।

ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନଙ୍କ ବଲିଉଡ୍ ଡେବ୍ୟୁ, ଏହି ଫିଲ୍ମରେ ଆସିବେ ନଜର

ମୁମ୍ଵାଇ ୨୦।୧୨; ବଲିଉଡ ସୁପରଷ୍ଟାର ଗୋବିନ୍ଦା । ଦୀର୍ଘ ବର୍ଷ ହେ ବିଟାଉନ୍‌ରେ ରାଜ କରିଆସୁଛନ୍ତି ।  ଅନେକ କମେଡି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଶଂସକଙ୍କୁ ବହୁତ ହସାଇଛନ୍ତି। ଆଜି ବି ସେ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କ ସହିତ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗ୍ରହୀ। ବର୍ତ୍ତମାନ, ତାଙ୍କ ପୁଅ ୟଶବର୍ଦ୍ଧନ ଅହୁଜା ରୂପେଲି ପରଦାରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ।

ଖବର ଅନୁଯାୟୀ, ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସାଇ ରାଜେଶଙ୍କ ଆଗାମୀ ଚଳଚ୍ଚିତ୍ରରେ ୟଶବର୍ଦ୍ଧନ ଅହୁଜା ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ସ୍ୱତନ୍ତ୍ର ପ୍ରେମ କାହାଣୀ ଉପରେ ଆଧାରିତ ହେବ । ବଡ଼ ପରଦାରେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଅହୁଜାଙ୍କୁ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

ୟଶବର୍ଦ୍ଧନ ଏହି ଭୂମିକା ପାଇଁ ଅଡିସନ ଦେଇଥିଲେ । ଏହି ଚଳଚ୍ଚିତ୍ରଟି ସାଇ ରାଜେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ ଏବଂ ମଧୁ ମଣ୍ଟେନା, ଅଲୁ ଅରବିନ୍ଦ ଏବଂ ଏସକେଏନ୍ ଫିଲ୍ମ ଦ୍ୱାରା ନିର୍ମିତ ହେବ। ନିର୍ମାତାମାନେ ଏକ ନୂଆ ଯୋଡି ଲଞ୍ଚ କରିବାକୁ ଚାହୁଁଥିବାରୁ ଫିଲ୍ମ ପାଇଁ ଅଭିନେତ୍ରୀ ସନ୍ଧାନ ଚାଲିଥିବାର ଖବର ମଧ୍ୟ ରହିଛି। ସାଇ ରାଜେଶ ଏବଂ ନିର୍ମାତାମାନେ ଏହି ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ସଂଗୀତ ଆଲବମ୍ ପ୍ରସ୍ତୁତ କରିବା କାର୍ଯ୍ୟ କରୁଛନ୍ତି।