ଗୋଲ୍ଡ ମେଡାଲ ଜିତିବା ପରେ ଅର୍ଶଦ ନଦିମଙ୍କୁ ଶ୍ଵଶୁର ଗିଫ୍ଟରେ ଦେଲେ ମଇଁଷି, କହିଲେ-ମୂଲ୍ୟବାନ ଜିନିଷ...

ନୂଆଦିଲ୍ଲୀ ୧୨।୦୮; ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ପାକିସ୍ତାନୀ ଆଥଲେଟ୍ ଅର୍ଶଦ ନାଦିମ। ବର୍ତ୍ତମାନ ତାଙ୍କୁ କୋଟି କୋଟି ଟଙ୍କାର ପୁରସ୍କାର ମିଳୁଛି। ସରକାର ଠାରୁ ଆରମ୍ଭ କରି ସେଲିବ୍ରିଟି ଏବଂ ବ୍ୟବସାୟୀମାନେ ସେମାନଙ୍କ ପାଇଁ ଟଙ୍କା, ଘର, ବଙ୍ଗଳା ଏବଂ କାର ଘୋଷଣା କରୁଛନ୍ତି। ପ୍ରାୟ ୨୦ କୋଟି ଟଙ୍କା ପୁରସ୍କାର ସହିତ ପ୍ୟାରିସରୁ ଘରକୁ ଫେରିବା ପରେ ହଜାର ହଜାର ଲୋକ ଲାହୋର ବିମାନବନ୍ଦରରେ ଏକତ୍ରିତ ହୋଇଥିଲେ। ଧୁମ୍‌ଧାମ ଭାବେ ସ୍ଵାଗତ କରିଥିଲେ। ଏପରିକି କେବେ ପାକିସ୍ତାନରେ କ୍ରିକେଟ୍ ଖେଳାଳିଙ୍କୁ ଏଭଳି ସ୍ୱାଗତ କରାଯାଇ ନାହିଁ। ପାକିସ୍ତାନ ସରକାର ଅର୍ଶଦ ନଦିମଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ହିଲାଲ-ଇ-ଇମତିଆଜ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଅର୍ଶଦଙ୍କ ଶ୍ୱଶୁର ତାଙ୍କ ଜ୍ଵାଇଁଙ୍କୁ ଏକ ନିଆରା ଉପହାର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ନଦିମଙ୍କ ଶ୍ୱଶୁର ମହମ୍ମଦ ନୱାଜ ତାଙ୍କ ଜ୍ଵାଇଁଙ୍କୁ ଏକ ମଇଁଷି ଉପହାର ଦେଇଛନ୍ତି। ତାଙ୍କ ଶ୍ୱଶୁର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ମଇଁଷିକୁ ଉପହାର ଦେବା ଗାଁରେ 'ବହୁମୂଲ୍ୟ' ଏବଂ 'ସମ୍ମାନଜନକ' ବୋଲି ବିବେଚନା କରାଯାଏ । ଗ୍ରାମାଞ୍ଚଳରେ ଏହିପରି ଉପହାର ପରମ୍ପରାର ଏକ ଅଂଶ । ମହମ୍ମଦ ନୱାଜ କହିଛନ୍ତି, ନଦିମ ତାଙ୍କ ଦେଶ ପାଇଁ ବହୁତ ଗର୍ବିତ ଅ

ଗୋଲ୍ଡ ମେଡାଲ ଜିତିବା ପରେ ଅର୍ଶଦ ନଦିମଙ୍କୁ ଶ୍ଵଶୁର ଗିଫ୍ଟରେ ଦେଲେ ମଇଁଷି, କହିଲେ-ମୂଲ୍ୟବାନ ଜିନିଷ...

ନୂଆଦିଲ୍ଲୀ ୧୨।୦୮; ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ପାକିସ୍ତାନୀ ଆଥଲେଟ୍ ଅର୍ଶଦ ନାଦିମ। ବର୍ତ୍ତମାନ ତାଙ୍କୁ କୋଟି କୋଟି ଟଙ୍କାର ପୁରସ୍କାର ମିଳୁଛି। ସରକାର ଠାରୁ ଆରମ୍ଭ କରି ସେଲିବ୍ରିଟି ଏବଂ ବ୍ୟବସାୟୀମାନେ ସେମାନଙ୍କ ପାଇଁ ଟଙ୍କା, ଘର, ବଙ୍ଗଳା ଏବଂ କାର ଘୋଷଣା କରୁଛନ୍ତି। ପ୍ରାୟ ୨୦ କୋଟି ଟଙ୍କା ପୁରସ୍କାର ସହିତ ପ୍ୟାରିସରୁ ଘରକୁ ଫେରିବା ପରେ ହଜାର ହଜାର ଲୋକ ଲାହୋର ବିମାନବନ୍ଦରରେ ଏକତ୍ରିତ ହୋଇଥିଲେ। ଧୁମ୍‌ଧାମ ଭାବେ ସ୍ଵାଗତ କରିଥିଲେ। ଏପରିକି କେବେ ପାକିସ୍ତାନରେ କ୍ରିକେଟ୍ ଖେଳାଳିଙ୍କୁ ଏଭଳି ସ୍ୱାଗତ କରାଯାଇ ନାହିଁ। ପାକିସ୍ତାନ ସରକାର ଅର୍ଶଦ ନଦିମଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ହିଲାଲ-ଇ-ଇମତିଆଜ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଅର୍ଶଦଙ୍କ ଶ୍ୱଶୁର ତାଙ୍କ ଜ୍ଵାଇଁଙ୍କୁ ଏକ ନିଆରା ଉପହାର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। 

ନଦିମଙ୍କ ଶ୍ୱଶୁର ମହମ୍ମଦ ନୱାଜ ତାଙ୍କ ଜ୍ଵାଇଁଙ୍କୁ ଏକ ମଇଁଷି ଉପହାର ଦେଇଛନ୍ତି। ତାଙ୍କ ଶ୍ୱଶୁର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ମଇଁଷିକୁ ଉପହାର ଦେବା ଗାଁରେ 'ବହୁମୂଲ୍ୟ' ଏବଂ 'ସମ୍ମାନଜନକ' ବୋଲି ବିବେଚନା କରାଯାଏ । ଗ୍ରାମାଞ୍ଚଳରେ ଏହିପରି ଉପହାର ପରମ୍ପରାର ଏକ ଅଂଶ । ମହମ୍ମଦ ନୱାଜ କହିଛନ୍ତି, ନଦିମ ତାଙ୍କ ଦେଶ ପାଇଁ ବହୁତ ଗର୍ବିତ ଅନୁଭବ କରିଛନ୍ତି।  ପ୍ୟାରିସରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଅର୍ଶଦ  ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରିଥିଲେ । ଏହା ପରେ ଭାରତ ପାଇଁ ଖେଳୁଥିବା ନୀରଜ ଚୋପ୍ରାଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଥିଲେ। ଅର୍ଶଦଙ୍କ ଶ୍ୱଶୁର କହିଛନ୍ତି ଯେ ତାଙ୍କ ସାନ ଝିଅ ଆୟେଶାଙ୍କୁ ୬ ବର୍ଷ ପୂର୍ବେ ବିବାହ କରିଛନ୍ତି। 

 

ଯେତେବେଳେ ନଦିମ୍‌ଙ୍କର ବିବାହ ହେଲା ସେ ସମୟରେ ନଦିମ ଛୋଟ କାମ କରୁଥିଲେ କିନ୍ତୁ ତାଙ୍କ ଖେଳ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା । ସେ ନିୟମିତ ଭାବରେ ପଡ଼ିଆରେ ଜାଭେଲିନ୍ ପକାଇବା ଅଭ୍ୟାସ କରିଥିଲେ ।  ଯେତେବେଳେ ବି ସେ ଆମ ଘରକୁ ଆସନ୍ତି, ସେ କୌଣସି ପ୍ରକାରର ଅଭିଯୋଗ କରନ୍ତି ନାହିଁ ଏବଂ ଘରେ ଯାହା ଅଛି ତାହା ଖାଆନ୍ତି। ଅର୍ଶଦ-ଆୟେଶାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।