ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜାତୀୟ ରାଜପଥ ପୋକୁଡିବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ’ ମାଂସ ଧରି ଖୋର୍ଦ୍ଧାରୁ ବିଶାଖାପାଟନମ୍‌ ଯାଉଥିବା ବେଳେ ବଜରଙ୍ଗ ଦଳ ଅଟକାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ଉକ୍ତ କଣ୍ଟେନରରୁ ବହୁ ପରିମାଣର ଗୋ’ ମାଂସ ଥିବା ପ୍ୟାକେଟ ମିଳିଥିଲା। ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ପକ୍ଷରୁ ଗାଡ଼ି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ସେଠାରେ ଉତ୍ତେଜନା […] The post ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ appeared first on Dharitri Odia News.

ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜାତୀୟ ରାଜପଥ ପୋକୁଡିବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ’ ମାଂସ ଧରି ଖୋର୍ଦ୍ଧାରୁ ବିଶାଖାପାଟନମ୍‌ ଯାଉଥିବା ବେଳେ ବଜରଙ୍ଗ ଦଳ ଅଟକାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ଉକ୍ତ କଣ୍ଟେନରରୁ ବହୁ ପରିମାଣର ଗୋ’ ମାଂସ ଥିବା ପ୍ୟାକେଟ ମିଳିଥିଲା। ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ପକ୍ଷରୁ ଗାଡ଼ି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା କେବଳ ଆଜିର ଘଟଣା ନୁହେଁ, ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳୁଛି। କିଏ ଏହି ଗୋ’ ମାଂସ ଚାଲାଣର ମାଷ୍ଟରମାଇଣ୍ଡ୍‌ ତାଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

The post ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ appeared first on Dharitri Odia News.