ଗୋ-ମାଂସ ବୋଝେଇ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ
ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଛି l ଏହା କଟକରୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି। ଏକ ଟ୍ରକ୍ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗୀ ଦଳ ସଦସ୍ୟମାନେ ଜୀବନକୁ ବାଜିରେ ଲଗାଇ ଗୋଡ଼ାଇ ଗୋଡ଼ାଇ ଡିଆର୍ଡିଏ ଛକ ନିକଟରେ ଅଟକାଇ ଥିଲେ। ପ୍ରାୟ ୧୨ ଟନ୍ ଗୋ-ମାଂସ ଏହି ଟ୍ରକ୍ରେ ଥିଲା। ଡ୍ରାଇଭରଙ୍କୁ ଅଟକ ରଖି […] The post ଗୋ-ମାଂସ ବୋଝେଇ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ appeared first on Dharitri Odia News.
ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଛି l ଏହା କଟକରୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି। ଏକ ଟ୍ରକ୍ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗୀ ଦଳ ସଦସ୍ୟମାନେ ଜୀବନକୁ ବାଜିରେ ଲଗାଇ ଗୋଡ଼ାଇ ଗୋଡ଼ାଇ ଡିଆର୍ଡିଏ ଛକ ନିକଟରେ ଅଟକାଇ ଥିଲେ। ପ୍ରାୟ ୧୨ ଟନ୍ ଗୋ-ମାଂସ ଏହି ଟ୍ରକ୍ରେ ଥିଲା। ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ଗାଡ଼ିର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି ବଜରଙ୍ଗୀ ଦଳ। ଏହି କାରବାରର ମୁଖ୍ୟକୁ ତୁରନ୍ତ ଗିରଫ କରିବା ଦାବି କରିଛନ୍ତି ବଜରଙ୍ଗୀ ଦଳର ସଦସ୍ୟ। କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା।
The post ଗୋ-ମାଂସ ବୋଝେଇ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ appeared first on Dharitri Odia News.