ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା ସହିତ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗ ହୋଇଛି। ଏନେଇ ଗୋ ସେବକମାନେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ବୀରମହାରାଜପୁର ଥାନା ଘିକୁଣ୍ଡି ଗ୍ରାମରେ ଗୁଞ୍ଜିପାଲି ଗ୍ରାମର ମଧୁସୂଦନ ମହାକୁରଙ୍କ ମାଲିକାନାରେ ରହିଛି ମା’ମାହେଶ୍ୱରୀ ଗୋ ସେବାଶ୍ରମ। ଶୁକ୍ରବାର ଅପରାହ୍ନରେ […] The post ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି appeared first on Dharitri Odia News.

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା ସହିତ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗ ହୋଇଛି। ଏନେଇ ଗୋ ସେବକମାନେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ବୀରମହାରାଜପୁର ଥାନା ଘିକୁଣ୍ଡି ଗ୍ରାମରେ ଗୁଞ୍ଜିପାଲି ଗ୍ରାମର ମଧୁସୂଦନ ମହାକୁରଙ୍କ ମାଲିକାନାରେ ରହିଛି ମା’ମାହେଶ୍ୱରୀ ଗୋ ସେବାଶ୍ରମ। ଶୁକ୍ରବାର ଅପରାହ୍ନରେ ଗୁଞ୍ଜିପାଲି ଓ ଘିକୁଣ୍ଡି ଗ୍ରାମର ତିନି ଜଣ ବ୍ୟକ୍ତି ଗୋ ସେବାଶ୍ରମକୁ ଯାଇ ମଧୁସୂଦନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଗୋରୁଗୁଡ଼ିକ ଗୋ ବେପାରୀକୁ ବିକ୍ରି କରିବା ସହିତ ଜୀବନରେ ମାରିଦେବୁ କହି ମାଡ ମଧ୍ୟ ମାରିଥିବା ମଧୁସୂଦନ ଅଭିଯୋଗ କରିଛନ୍ତି। ଧମକ ଓ ମାଡ଼ ମାରିଲା ପରେ ସେ ଜୀବନବିକଳରେ ସେଠାରୁ ପଳାଇ ଯାଇଥିଲେ। ପରେ ଦୁର୍ବୃତ୍ତମାନେ ଗୋରୁଗୁଡ଼ିକ ନେଇଯିବା ଉଦ୍ଦେଶ୍ୟରେ ଗୁହାଳ ଫିଟେଇ ଦେଇ ଗୋରୁଗୁଡ଼ିକୁ ଛାଡି ଦେଇଥିଲେ। ଗୋରୁମାନଙ୍କ ପାଇଁ ଗଚ୍ଛିତ ଥିବା ଖାଦ୍ୟ ପୁଆଳ, ଦାନା, ତସୁ ସବୁକୁ ନିଆଁ ଲଗେଇ ଦେଇଥିଲେ। ଫଳରେ ସମସ୍ତ ଗୋଖାଦ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଅଭିଯୋଗ ଆଧାରରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶୋଭକର ସେଟ ସୂଚନା ଦେଇଛନ୍ତି। ବଜରଙ୍ଗ ଦଳ କର୍ମୀ, ଗୋ ସେବାଶ୍ରମ କର୍ମଚାରୀ, ଗ୍ରାମବାସୀ ଓ ଗୋ-ସେବକମାନେ ବୀରମହାରାଜପୁର ଥାନାକୁ ଆସି ଅଭିଯୁକ୍ତମାନଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି କରିଛନ୍ତି। ଯଦି ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯାଏ ତେବେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

 

The post ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି appeared first on Dharitri Odia News.