ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସହ ରାଇରା ଜିଲାର ସୋନାରଓ୍ବଡୁରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସହିତ ଯଶୋବନ୍ତ ମାଝି(୪୩) ଏବଂ ରବି ମାଝି(୨୮) ସାଙ୍ଗ ହୋଇ ରହୁଥିଲେ। ଯଶୋବନ୍ତଙ୍କ ଘର ଗୌଡ଼ଛେଣ୍ଡିଆ ଗ୍ରାମରେ ହୋଇଥିବାବେଳେ ରବିଙ୍କ ଘର ଜୁନାଗଡ଼ ବ୍ଲକ ଝିଲିଙ୍ଗଡର ଗ୍ରାମରେ। ଗତ ଶନିବାର କୌଣସି କଥାକୁ […] The post ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା appeared first on Dharitri Odia News.

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସହ ରାଇରା ଜିଲାର ସୋନାରଓ୍ବଡୁରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସହିତ ଯଶୋବନ୍ତ ମାଝି(୪୩) ଏବଂ ରବି ମାଝି(୨୮) ସାଙ୍ଗ ହୋଇ ରହୁଥିଲେ। ଯଶୋବନ୍ତଙ୍କ ଘର ଗୌଡ଼ଛେଣ୍ଡିଆ ଗ୍ରାମରେ ହୋଇଥିବାବେଳେ ରବିଙ୍କ ଘର ଜୁନାଗଡ଼ ବ୍ଲକ ଝିଲିଙ୍ଗଡର ଗ୍ରାମରେ। ଗତ ଶନିବାର କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଯଶୋବନ୍ତ ଏବଂ ରବି ଉଭୟେ ମିଶି ଖଗେଶ୍ୱରଙ୍କୁ ହତ୍ୟା କରିଥିଲେ। ଖଗେଶ୍ୱରଙ୍କ ମୃତଦେହ ଭଡ଼ା ଘରେ ପଡ଼ିଥିବାବେଳେ ଉଭୟେ ଫେରାର ହୋଇଯାଇଥିଲେ। ରବିବାର ଖଗେଶ୍ୱରଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପଞ୍ଚାୟତର ସଦସ୍ୟ ପିଟର କ୍ୱାଡ୍ରୋସ୍‌ ନିକଟସ୍ଥ ମାଇନା କର୍ଟୋରିମ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହତ୍ୟା ଘଟଣା ପରଠାରୁ ଯଶୋବନ୍ତ ଏବଂ ରବି ଫେରାର ଥିବାରୁ ସେମାନଙ୍କ ଉପରେ ସନ୍ଦେହ କରି ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ୩ଟି ଟିମ୍‌ କରି ନିକଟସ୍ଥ ମାର୍‌ଗାଓ ରେଳ ଷ୍ଟେଶନ, କେଟିସି ବସ୍‌ ଷ୍ଟାଣ୍ଡ ଏବଂ ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା। ସ୍ଥାନୀୟ ଗୋଇନ୍ଦା ରିପୋର୍ଟ ଏବଂ ଟେନାଣ୍ଟ ଭେରିଫିକେଶନ ରିପୋର୍ଟକୁ ଆଧାର କରି ପୋଲିସ ଯଶୋବନ୍ତଙ୍କୁ ମାରଗାଓ ରେଳ ଷ୍ଟେଶନରୁ ପ୍ରଥମେ ଗିରଫ କରିଥିଲା। ପରେ ତାଙ୍କ ସୂଚନା ଆଧାରରେ ରବିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଉଭୟଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ପଚରାଉଚରା କରାଯାଉଥିବା ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ଖଗେଶ୍ୱର କିଛି ବର୍ଷ ଧରି ଗୋଆରେ କାମ କରୁଥିବାବେଳେ ଶେଷ ଥରପାଇଁ ଗତ ନଭେମ୍ବର ମାସରେ ଯାଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଭାଇ ଯଦୁ ଶବର ଏବଂ ଅନ୍ୟ ସମ୍ପର୍କୀୟମାନେ ଗୋଆ ଯାଇଛନ୍ତି। ଖଗେଶ୍ୱରଙ୍କ ସ୍ତ୍ରୀ ଏବଂ ୨ ପୁଅ ଗ୍ରାମରେ ରହୁଛନ୍ତି।

The post ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା appeared first on Dharitri Odia News.