ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍‌…

ରାଞ୍ଚି,୨୧ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟି ଗୋଟି ଟଙ୍କାର ହିସାବ ନେବେ। ଏମିତି କହିଛନ୍ତି ଭାଜପା ଏମ୍‌ପି ସଞ୍ଜୟ ସେଠ୍‌। ସେ କହିଛନ୍ତି, ଭାଜପା ସରକାର ଗଠନ ପରେ ମହା ମେଣ୍ଟ ସରକାରରେ ଥିବା ସମସ୍ତ ଦୁର୍ନୀତିର ଯାଞ୍ଚ କରାଯିବ। ଧୀରଜ ସାହୁଙ୍କ ନାଁ ନ ନେଇ ସଞ୍ଜୟ କହିଛନ୍ତି ଯେ, କଂଗ୍ରେସ ଏମ୍‌ପିଙ୍କ ଘରୁ ୩୦୦ କୋଟି ଟଙ୍କା ଜବତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରତିନିଧି ପଙ୍କଜ ମିଶ୍ର ୧୫୦୦ କୋଟି ଟଙ୍କା ଠକେଇ […] The post ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍‌… appeared first on Dharitri Odia News.

ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍‌…

ରାଞ୍ଚି,୨୧ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟି ଗୋଟି ଟଙ୍କାର ହିସାବ ନେବେ। ଏମିତି କହିଛନ୍ତି ଭାଜପା ଏମ୍‌ପି ସଞ୍ଜୟ ସେଠ୍‌। ସେ କହିଛନ୍ତି, ଭାଜପା ସରକାର ଗଠନ ପରେ ମହା ମେଣ୍ଟ ସରକାରରେ ଥିବା ସମସ୍ତ ଦୁର୍ନୀତିର ଯାଞ୍ଚ କରାଯିବ। ଧୀରଜ ସାହୁଙ୍କ ନାଁ ନ ନେଇ ସଞ୍ଜୟ କହିଛନ୍ତି ଯେ, କଂଗ୍ରେସ ଏମ୍‌ପିଙ୍କ ଘରୁ ୩୦୦ କୋଟି ଟଙ୍କା ଜବତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରତିନିଧି ପଙ୍କଜ ମିଶ୍ର ୧୫୦୦ କୋଟି ଟଙ୍କା ଠକେଇ କରିଛନ୍ତି। ଝାଡ଼ଖଣ୍ଡର ସମ୍ପୂର୍ଣ୍ଣ ଖଣିଜ ପଦାର୍ଥ ବିକ୍ରି କରି। କଂଗ୍ରେସ କୋଟା ମନ୍ତ୍ରୀ ଆଲାମଗିର ଆରାମଙ୍କ ପିଏସ୍‌ରୁ ୪୦କୋଟି ଟଙ୍କା ଜବତ କରାଯାଇଛି।

Jharkhand Assembly Election 2024 BJP MP Sanjay Seth Reaction on Exit Poll Results CM Face ann ‘PM मोदी एक-एक पैसे का हिसाब लेंगे’, एग्जिट पोल पर BJP सांसद संजय सेठ का बड़ा बयान, बताया कौन होगा CM फेस

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟ ଆଇଏଏସ୍‌ ଅଧିକାରୀ ପୂଜା ସିଙ୍ଗଲଙ୍କଠାରୁ ୨୦ କୋଟି ଟଙ୍କା ମିଳିଛି। ଦେଶରେ ଦୁର୍ନୀତିର ପୂଜା ସିଙ୍ଗଲ ରୂପରେ ଦେଖାଯାଇଥିଲେ। ଆମେ ଏହି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଛାଡ଼ିଦେବା କି? ଆଉ କୌଣସି ଉପାୟ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ଟଙ୍କାର ଗୋଟି ଗୋଟି ହିସାବ କରିବେ। ଫଳରେ ଲୁଟ୍‌ ହୋଇଥିବା ଟଙ୍କା ଆମେ ଜନସାଧାରଣଙ୍କ ନିକଟକୁ ଫେରାଇବୁ। ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି।

ସୂଚନାଯୋଗ୍ୟ, ବୁଧବାର ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପରେ ଏକ୍‌ଜିଟ୍‌ ପୋଲ ଫଳାଫଳରେ ଏନ୍‌ଡିଏ ଆଗରେ ରହିଛି। କିଛି ଏକ୍‌ଜିଟ୍‌ ପୋଲ ଇଣ୍ଡିଆ ଆଲାଇନ୍ସର ଆଗରେ ଥିବା ରିପୋର୍ଟ କରିଛି। ସେପଟେ ଭାଜପା ଏମ୍‌ପି ସଞ୍ଜୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକ୍‌ଜିଟ୍‌ ପୋଲ ଆକଳନ ଠିକ ଅଛି, କିନ୍ତୁ ଏକ୍‌ଜିଟ୍‌ ପୋଲଠାରୁ ବଡ଼ ହୋଇଥିବା ଜନମତ ସର୍ଭେରୁ ଜଣାପଡ଼ିଛି ଯେ, ଭାଜପା ନେତୃତ୍ୱରେ ବହୁ ସଂଖ୍ୟାରେ ଝାଡ଼ଖଣ୍ଡରେ ଏକ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି।

ସଞ୍ଜୟ କହିଛନ୍ତି, ମହା ମେଣ୍ଟ ସରକାର ଜନସାଧାରଣଙ୍କଠାରୁ ବିଚ୍ୟୁତ ହୋଇଛନ୍ତି, ସେଥିପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରମାନେ ବହୁମତ ସାବ୍ୟସ୍ତ କରିଛନ୍ତି। ସେମାନେ ଭାଜପା ସରକାର ଚାହୁଁଛନ୍ତି। କିଏ ମୁଖ୍ୟମନ୍ତ୍ରୀ ହେବେ ସେ ସମ୍ପର୍କରେ ସଞ୍ଜୟ କହିଛନ୍ତି, ବିଧାନସଭା ଦଳର ଏକ ବୈଠକ ହେବ। ଯେଉଁଥିରେ ବିଧାୟକମାନେ ସେମାନଙ୍କ ନେତା ବାଛିବେ।

The post ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍‌… appeared first on Dharitri Odia News.