ଗୋଟିଏ ଆସନ ପାଣ୍ଡିଆନ୍ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା
ଭୁବନେଶ୍ୱର, ୨୭।୪(ସୁନିତ୍ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨ ନମ୍ବର ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ସେ ହେଉଛନ୍ତି ବିଜେଡିର ନୂଆ ମୁଖିଆ। ଦୁଇଟି ଆସନରେ ମୁଖ୍ୟମନ୍ତ୍ରୀ ଲଢ଼ିବା ପଛର ଉଦ୍ଦେଶ୍ୟ ହେଉଛି ଗୋଟିଏ ଆସନ ପାଣ୍ଡିଆନ୍ଙ୍କ ପାଇଁ ଖାଲି କରିବା, ରାଜ୍ୟବାସୀ ଏହା ଜାଣିସାରିଲେଣି। ଏଥର ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନ୍ଙ୍କୁ ବିଧାନସଭାକୁ ଆଣିବା […] The post ଗୋଟିଏ ଆସନ ପାଣ୍ଡିଆନ୍ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା appeared first on Dharitri Odia News.
ଭୁବନେଶ୍ୱର, ୨୭।୪(ସୁନିତ୍ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨ ନମ୍ବର ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ସେ ହେଉଛନ୍ତି ବିଜେଡିର ନୂଆ ମୁଖିଆ। ଦୁଇଟି ଆସନରେ ମୁଖ୍ୟମନ୍ତ୍ରୀ ଲଢ଼ିବା ପଛର ଉଦ୍ଦେଶ୍ୟ ହେଉଛି ଗୋଟିଏ ଆସନ ପାଣ୍ଡିଆନ୍ଙ୍କ ପାଇଁ ଖାଲି କରିବା, ରାଜ୍ୟବାସୀ ଏହା ଜାଣିସାରିଲେଣି। ଏଥର ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନ୍ଙ୍କୁ ବିଧାନସଭାକୁ ଆଣିବା ଏବଂ ତାଙ୍କ ହାତରେ ରାଜ୍ୟର ଶାସନ ଦେବା ବୋଲି ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି,ଏହା ଓଡ଼ିଆ ସ୍ବାଭିମାନର ଅପମାନ। ଓଡ଼ିଆ ଅସ୍ମିତା ଉପରେ କୁଠାରାଘାତ। ବିଗତ ଦିନରେ ୫-ଟି ନାଁରେ ଯେଉଁଭଳି ଗଣତନ୍ତ୍ରର ହତ୍ୟାହେଲା ତାହା ଓଡ଼ିଶା ଲୋକେ ଭୁଲିନାହାନ୍ତି। ଓଡ଼ିଶା ଲୋକେ ଏଥର ଓଡ଼ିଆଙ୍କ ପ୍ରତି ହୋଇଥିବା ଅପମାନର ଉଚିତ ଜବାବ ଦେବେ। ୫-ଟି ନାଁରେ ଯେଉଁଭଳି ରୂପାନ୍ତରଣର ଆଳ ଦେଖାଇ ୪୦ ହଜାର କୋଟିର ଘୋଟାଲା ହୋଇଛି, ଏହାର ଜବାବ ଏଥର ଲୋକମାନେ ଦେବେ ବୋଲି ସମୀର କହିଛନ୍ତି।
The post ଗୋଟିଏ ଆସନ ପାଣ୍ଡିଆନ୍ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା appeared first on Dharitri Odia News.