ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ବାରିପଦା,୩୦ା୧୧: ମୟୂରଭଞ୍ଜ ଜିଲା ବାରିପଦାରେ ସିରିଜ୍‌ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ଟ୍ରକ୍‌ ଦୁଇଟି ଯାକ ସ୍ଥାନରେ ହିଁ ଦୁର୍ଘଟଣା ଘଟାଇଛି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସକାଳେ ତିରିଂ ଥାନା ଅଞ୍ଚଳର ବଡ଼ଡାଳିମା ଛକରେ ୩ ଜଣ ମର୍ନିଂଓ୍ବାକ୍‌ରେ ଯାଉଥିଲେ। ଏହି ସମୟରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ୩ଜଣଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ପୁଣି ୫ କିମି ଯିବା […] The post ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର appeared first on Dharitri Odia News.

ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ବାରିପଦା,୩୦ା୧୧: ମୟୂରଭଞ୍ଜ ଜିଲା ବାରିପଦାରେ ସିରିଜ୍‌ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ଟ୍ରକ୍‌ ଦୁଇଟି ଯାକ ସ୍ଥାନରେ ହିଁ ଦୁର୍ଘଟଣା ଘଟାଇଛି। ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶନିବାର ସକାଳେ ତିରିଂ ଥାନା ଅଞ୍ଚଳର ବଡ଼ଡାଳିମା ଛକରେ ୩ ଜଣ ମର୍ନିଂଓ୍ବାକ୍‌ରେ ଯାଉଥିଲେ। ଏହି ସମୟରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ୩ଜଣଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ପୁଣି ୫ କିମି ଯିବା ପରେ ବହଳଦା ଥାନା ଅନ୍ତର୍ଗତ ବାଗବେଡ଼ାରେ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୪ ଜଣଙ୍କ ମଧ୍ୟରୁ ଅଟୋ ଡ୍ରାଇଭର ଏବଂ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଦମ୍ପତିଙ୍କର ସମ୍ପର୍କୀୟ ଗୁରୁତର ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

The post ଗୋଟିଏ ଟ୍ରକ୍‌ ଦୁଇ ଜାଗାରେ ଘଟାଇଲା ଦୁର୍ଘଟଣା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର appeared first on Dharitri Odia News.