ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା ସୱରାଜଙ୍କ ଝିଅ ତଥା ନୂଆଦିଲ୍ଲୀ ଏମ୍‌ପି ବନସୁରୀ ସ୍ବରାଜ ଏକ ପ୍ରତିକ୍ରିୟା ଦେଇଛନ୍ତି। ଗୁରୁବାର ଏକ ଜାତୀୟ ଗଣମାଧ୍ୟମର ଏକ କନ୍‌କ୍ଲେଭରେ ଏମ୍‌ପି ବନସୁରୀ କହିଛନ୍ତି ଯେ, ଆତିଶୀ କେବଳ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ। କିନ୍ତୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ କାର୍ଯ୍ୟ କରିବେ କହି ଏଏପିକୁ କଡ଼ା ସମାଲୋଚନା […] The post ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ appeared first on Dharitri Odia News.

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା ସୱରାଜଙ୍କ ଝିଅ ତଥା ନୂଆଦିଲ୍ଲୀ ଏମ୍‌ପି ବନସୁରୀ ସ୍ବରାଜ ଏକ ପ୍ରତିକ୍ରିୟା ଦେଇଛନ୍ତି।

ଗୁରୁବାର ଏକ ଜାତୀୟ ଗଣମାଧ୍ୟମର ଏକ କନ୍‌କ୍ଲେଭରେ ଏମ୍‌ପି ବନସୁରୀ କହିଛନ୍ତି ଯେ, ଆତିଶୀ କେବଳ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ। କିନ୍ତୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ କାର୍ଯ୍ୟ କରିବେ କହି ଏଏପିକୁ କଡ଼ା ସମାଲୋଚନା କରିଛନ୍ତି।

ମଦ ନୀତି ମାମଲାରେ ଇଡି-ସିବିଆଇ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ଭାବେ ସପଥ ନେବେ। ଏହାରି ଭିତରେ ଦିଲ୍ଲୀର ଭବିଷ୍ୟତ କ’ଣ ହେବ ଏବଂ ଏଥିରେ ଏଏପିର ଭୂମିକା କ’ଣ ହେବ? ଏହାର ଜବାବରେ ବନସୁରୀ କହିଛନ୍ତି, ଅତିଶୀଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ମନୋନୀତ କରିଛି। କିନ୍ତୁ ଆତିଷୀଙ୍କ ବିବୃତ୍ତି ଶୁଣିବା ପରେ ମୁଁ ଅତ୍ୟନ୍ତ ନିରାଶ ହୋଇଥିଲି। ଅରବିନ୍ଦ କେଜରିଓ୍ବାଲ ହେଉଛନ୍ତି ଦିଲ୍ଲୀର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ। ଏଥିରେ ମୋର କହିବାରେ କୌଣସି ଅସୁବିଧା ନାହିଁ ଯେ, ସେ ମହିଳା ସଶକ୍ତିକରଣ ଆନ୍ଦୋଳନକୁ ୧୦୦ ବର୍ଷ ପଛରେ ପକାଇ ଦେଇଛନ୍ତି।

ଗଣମାଧ୍ୟମ ଏକ ପ୍ରଶ୍ନର ଉତ୍ତରରେ ବାନସୁରୀ ଏକ ମଜାଦାର ଉତ୍ତର ଦେଇଥିଲେ। ବାନସୁରୀଙ୍କୁ ପଚରାଯାଇଥିଲା ଯେ, ଯଦି ତାଙ୍କୁ ଗୋଟିଏ ଦିନ ପାଇଁ ଅନ୍ୟ କୌଣସି ରାଜନେତା ଭୂମିକାରେ ଅଭିନୟ କରିବାକୁ ପଡିବ, ତେବେ ସେ କେଉଁ ନେତା ହେବେ? ଏହାର ଉତ୍ତରରେ ବନସୁରୀ କହିଥିଲେ ମୁଁ ରାହୁଲ ଗାନ୍ଧୀ ହେବାକୁ ଚାହେଁ। ଏହାର କାରଣ ହେଉଛି, ମୁଁ ଯେତେବେଳେ ବିଦେଶ ଯିବି, ବିଶ୍ୱରେ ମୋ ଦେଶକୁ ଲଜ୍ଜିତ କରିବି ନାହିଁ।

The post ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ appeared first on Dharitri Odia News.