ଗୋଟିଏ ଦିନରେ ୨ ଛାତ୍ରଙ୍କ ଆତ୍ମହତ୍ୟା; ଜଣେ ଦଶମରେ ପଢୁଥିଲେ, ଅନ୍ୟ ଜଣେ NEET ଆଶାୟୀ

ରାଜସ୍ଥାନର ସିକରରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିଛନ୍ତି।

ଗୋଟିଏ ଦିନରେ ୨ ଛାତ୍ରଙ୍କ ଆତ୍ମହତ୍ୟା; ଜଣେ ଦଶମରେ ପଢୁଥିଲେ, ଅନ୍ୟ ଜଣେ NEET ଆଶାୟୀ

ରାଜସ୍ଥାନ କୋଟାରେ NEET ଆଶାୟୀଙ୍କ ସିରିଜ୍ ଆତ୍ମହତ୍ୟା ଘଟଣାରେ ସାମାନ୍ୟ ବିରାମ ଲାଗିଛି କି ନାହିଁ ଆଉ ଏକ ସହରରେ ଏକା ସାଙ୍ଗରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟର ସିକର ଅଞ୍ଚଳର ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ଡାକ୍ତରୀ ପାଠ୍ୟକ୍ରମ ନିଟ୍ ପାଇଁ ପ୍ରସ୍ତୁତ କରୁଥିଲେ। ଏହି ଦୁଇ ଛାତ୍ର ଗୋଟିଏ ଦିନରେ ହଷ୍ଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ସବୁଠୁ ବଡ଼ କଥା ହେଉଛି କି, ନିଟ୍ ପ୍ରସ୍ତୁତି କରୁଥିବା ଛାତ୍ର ଗତ ସପ୍ତାହରେ ସିକର ଆସିଥିଲେ। ଏଠାରେ ନିଟ୍ ପ୍ରସ୍ତୁତି ପାଇଁ ଏକ କୋଚିଂ ସେଣ୍ଟର ହଷ୍ଟେଲରେ ରହିଥିଲେ। ହେଲେ ଗୋଟିଏ ସପ୍ତାହ ମଧ୍ୟରେ ଏପରି କ'ଣ ହେଲା ଯେ, ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଏବେ ସନ୍ଦେହ ଘେରରେ।

ପୁଲିସ ସୂଚନା ଅନୁସାରେ, NEET ପାଇଁ ପ୍ରସ୍ତୁତ କରୁଥିବା ଛାତ୍ର ହେଉଛନ୍ତି ବିଶାଲ, ତାଙ୍କ ଘର ରାଜସ୍ଥାନ ଜୟପୁରର ହିଙ୍ଗୋନିଆରେ। ଅନ୍ୟ କେରଳ ଦଶମ ଶ୍ରେଣୀ ଛାତ୍ର ଶୈଳେଶ। ସେ ମଧ୍ୟ ସିକରର ଏକ ହଷ୍ଟେଲରେ ରହୁଥିଲେ।

ତେବେ ଦୁଇ ଛାତ୍ରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମୃତଦେହ ଜବତ କରିବା ସହ ସାଙ୍ଗସାଥୀଙ୍କୁ ପଚରା ଉଚରା କରାଯାଉଥିବା ପୁଲିସ କହିଛି।