ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍‌ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଜୁଲାଇ ୨୧ ଅର୍ଥାତ୍‌ ରବିବାର କୋଲକାତାର ଧର୍ମତଲାଠାରେ ଗୋଟିଏ ମଞ୍ଚରେ ନଜର ଆସିବେ। ଟିଏମସି ନେତା କୁନାଲ […] The post ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ appeared first on Dharitri Odia News.

ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍‌ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଜୁଲାଇ ୨୧ ଅର୍ଥାତ୍‌ ରବିବାର କୋଲକାତାର ଧର୍ମତଲାଠାରେ ଗୋଟିଏ ମଞ୍ଚରେ ନଜର ଆସିବେ।

ଟିଏମସି ନେତା କୁନାଲ ଘୋଷ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, କୋଲକାତାର ଧର୍ମତଲାରେ ଆୟୋଜିତ ହେବାକୁ ଥିବା ଟିଏମ୍‌ସି ରାଲିରେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ। ଶହୀଦ ଦିବସ ଅବସରରେ ଏହି ରାଲିର ଆୟୋଜନ କରାଯାଉଛି। ୨୧ଜୁଲାଇ ୧୯୯୩ରେ ଏକ ପ୍ରଦର୍ଶନ ସମୟରେ ନିହତ ହୋଇଥିବା ଶ୍ରମିକଙ୍କ ସ୍ମୃତିରେ ମମତା ବାନାର୍ଜୀ ଶହୀଦ ଦିବସ ପାଳନ କରିଥିଲେ।

ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜୁଲାଇ 21 ରେ କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମାଜବାଦୀ ପାର୍ଟି ସୁପ୍ରିମୋଙ୍କୁ ଆମନ୍ତ୍ରଣ କରିଥିଲେ। ଯାହାକୁ ଅଖିଳେଶ ଗ୍ରହଣ କରିଥିଲେ।

ଇଣ୍ଡିଆ ମିଳିତ ମେଣ୍ଟର ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବଙ୍କ ସହ ଭଲ ସମ୍ପର୍କ ରହିଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ମମତା ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିଥିଲେ। ଏଥି ସହିତ ୨୦୨୪ ଲୋକ ସଭା ନିର୍ବାଚନରେ ଅଖିଳେଶ ଏବଂ ମମତାଙ୍କ ଦଳକୁ ଭଦୋହି ଆସନ ପ୍ରଦାନ କରିଥିଲେ।

The post ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ appeared first on Dharitri Odia News.