ଗୋଟିଏ ସର୍ତ୍ତରେ କ୍ରିକେଟର୍ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍ କଲେ ପୁଅ
ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ ଏମିତି ଏକ ସମୟରେ ଖେଳିଥିଲେ, ଯେତେବେଳେ ପଞ୍ଜାବ ୮୩ ରନରେ ୫ ଉଇକେଟ ହରାଇଥିଲା। ପ୍ରିୟାଂଶ ଆର୍ଯ୍ୟ ୪୨ ବଲ୍ରେ ୧୦୩ ରନ୍ର ଇନିଂସରେ ୯ଟି ଛକା ଏବଂ ୭ଟି ଚୌକା ମାରିଥିଲେ। ପ୍ରିୟାଂଶ ଆର୍ଯ୍ୟ ମଧ୍ୟ IPL 2024 ପାଇଁ ନିଲାମରେ ନିଜ ନାମ ଦେଇଥିଲେ, କିନ୍ତୁ ତାଙ୍କୁ […] The post ଗୋଟିଏ ସର୍ତ୍ତରେ କ୍ରିକେଟର୍ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍ କଲେ ପୁଅ appeared first on Dharitri Odia News.
ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ ଏମିତି ଏକ ସମୟରେ ଖେଳିଥିଲେ, ଯେତେବେଳେ ପଞ୍ଜାବ ୮୩ ରନରେ ୫ ଉଇକେଟ ହରାଇଥିଲା। ପ୍ରିୟାଂଶ ଆର୍ଯ୍ୟ ୪୨ ବଲ୍ରେ ୧୦୩ ରନ୍ର ଇନିଂସରେ ୯ଟି ଛକା ଏବଂ ୭ଟି ଚୌକା ମାରିଥିଲେ।
ପ୍ରିୟାଂଶ ଆର୍ଯ୍ୟ ମଧ୍ୟ IPL 2024 ପାଇଁ ନିଲାମରେ ନିଜ ନାମ ଦେଇଥିଲେ, କିନ୍ତୁ ତାଙ୍କୁ କୌଣସି ଦଳ କିଣି ନ ଥିଲା। ଗତ ବର୍ଷ ଦିଲ୍ଲୀ ପ୍ରିମିୟର ଲିଗରେ ଗୋଟିଏ ଓଭରରେ ୬ଟି ଛକା ମାରି ପ୍ରିୟାଂଶ ଚର୍ଚ୍ଚାକୁ ଆସିଥିଲେ, ତାଙ୍କୁ ଚଳିତବର୍ଷ ପାଇଁ ପଞ୍ଜାବ କିଙ୍ଗ୍ସ ୩.୮୦ କୋଟି ଟଙ୍କାରେ କିଣିଥିଲା। ଖାର୍ଗେଙ୍କ କଟାକ୍ଷ
ପ୍ରିୟାଂଶ ଆର୍ଯ୍ୟ ୭ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ସଞ୍ଜୟ ଭରଦ୍ୱାଜଙ୍କ ପ୍ରଶିକ୍ଷଣରେ କ୍ରିକେଟ ଖେଳ ଶିଖିଥିଲେ। ସେ ୨୦୨୩-୨୪ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୨୨୨ ରନ କରିଥିଲେ, ସେ ଦିଲ୍ଲୀ ପାଇଁ ସର୍ବାଧିକ ରନ ସ୍କୋରର ଥିଲେ।
ପ୍ରିୟାଂଶ ଆର୍ଯ୍ୟ ଥରେ କହିଥିଲେ, ଯଦି ସେ ଜଣେ କ୍ରିକେଟର ହୋଇ ନ ଥାନ୍ତେ, ତେବେ ସେ ତାଙ୍କ ମାତାପିତାଙ୍କ ପରି ଜଣେ ଶିକ୍ଷକ ହୋଇଥାନ୍ତେ। ଯେତେବେଳେ ସେ ତାଙ୍କ ପିତାମାତାଙ୍କୁ କହିଥିଲେ, ସେ ଜଣେ କ୍ରିକେଟର ହେବାକୁ ଚାହାଁନ୍ତି। ଏଥିପାଇଁତାଙ୍କ ମାତାପିତା ଏକ ସର୍ତ୍ତ ରଖିଥିଲେ, ତାଙ୍କୁ ଖେଳ ସହିତ ପାଠପଢ଼ାରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ, ତା’ପରେ ହିଁ ସେମାନେ ଅନୁମତି ଦେବେ।
ଦିଲ୍ଲୀ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ, ପ୍ରିୟାଂଶ ଆର୍ଯ୍ୟ ଦିଲ୍ଲୀ ସୁପରଷ୍ଟାର୍ସ ପାଇଁ ଖେଳି ୧୦ ଇନିଂସରେ ୬୦୮ ରନ କରିଥିଲେ। ସେ ଟୁର୍ନାମେଣ୍ଟରେ ୨ ଶତକ ଏବଂ ୪ ଅର୍ଦ୍ଧଶତକ ହାସଲ କରିଥିଲେ। ଗୋଟିଏ ମ୍ୟାଚ୍ରେ ସେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ।
ପ୍ରିୟାଂଶ ଆର୍ଯ୍ୟ IPLରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚରେ ୧୫୮ ରନ କରିଛନ୍ତି। ସେ ତାଙ୍କର ଡେବ୍ୟୁ ମ୍ୟାଚରେ ୪୭ ରନ କରିଥିଲେ।
The post ଗୋଟିଏ ସର୍ତ୍ତରେ କ୍ରିକେଟର୍ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍ କଲେ ପୁଅ appeared first on Dharitri Odia News.