ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ିର ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପଢୁଥିବା ବେଳେ ଘର ଅଭାବରୁ ପାଠପଢ଼ା ରୁମ୍‌ରେ ରହିଛି ଷ୍ଟୋର ସାମଗ୍ରୀ। ଫଳରେ ପାଠପଢ଼ା ବ୍ୟାହତ ହେବା ସହ ନାନା ସମସ୍ୟା ସୃଷ୍ଟି ହେଇଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏକ ଛୋଟିଆ ବଖରାରେ ଦୁଇଟି କେନ୍ଦ୍ରର ପିଲାଙ୍କ ପାଇଁ ରୋଷେଇ ହେଉଥିବା ବେଳେ ଖାଇବା ପାଇଁ ସ୍ଥାନ ଅଭାବ ଯୋଗୁ ନାହିଁ […] The post ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ appeared first on Dharitri Odia News.

ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ିର ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପଢୁଥିବା ବେଳେ ଘର ଅଭାବରୁ ପାଠପଢ଼ା ରୁମ୍‌ରେ ରହିଛି ଷ୍ଟୋର ସାମଗ୍ରୀ। ଫଳରେ ପାଠପଢ଼ା ବ୍ୟାହତ ହେବା ସହ ନାନା ସମସ୍ୟା ସୃଷ୍ଟି ହେଇଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏକ ଛୋଟିଆ ବଖରାରେ ଦୁଇଟି କେନ୍ଦ୍ରର ପିଲାଙ୍କ ପାଇଁ ରୋଷେଇ ହେଉଥିବା ବେଳେ ଖାଇବା ପାଇଁ ସ୍ଥାନ ଅଭାବ ଯୋଗୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱର ପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ର (କ) ଓ (ଖ)ର ପିଲା ପଢୁଛନ୍ତି। ଶିଶୁ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ପକ୍ଷେ ଏହି ଯୋଜନାର ଏକ ବିକଳ ଚିତ୍ର ଏହି ଅଙ୍ଗନଓ୍ବାଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି।

ଚମ୍ପୁଆ ବ୍ଲକ କାର୍ଯ୍ୟାଳୟର ନାକ ତଳେ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ର (କ) ଓ (ଖ)ର ଏହି ଦୁର୍ଦ୍ଦଶାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଲୋକସଂଖ୍ୟା ଦୃଷ୍ଟିରୁ ଗ୍ରାମରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ଯାଇଥିବା ବେଳେ କେନ୍ଦ୍ର ପାଇଁ କିନ୍ତୁ ଗୃହ ନିର୍ମାଣ କରିବାକୁ ସତେ ଯେମିତି ଭୁଲି ଯାଇଛି ପ୍ରଶାସନ। ସେଇଥିପାଇଁ ଗୋଟିଏ ମାତ୍ର ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଚାଲୁଥିବା ବେଳେ କେନ୍ଦ୍ରରେ ପାଚେରି, ବିଦ୍ୟୁତ୍‌ ସଂଯୋଗ, ଟ୍ୟାପ ପାଣି ଏପରିକି ପାଇଖାନା ଓ ପରିସ୍ରାଗାର ଖଣ୍ଡେ ନ ଥିବାରୁ କୁନିକୁନି ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ପାଇଁ ପିଲାମାନେ ଗେଟ୍‌ ବାହାରରେ ଥିବା ଏକ ବନ୍ଧ ଉପରେ ନିର୍ଭର କରୁଛନ୍ତି। ଯାହାକୁ ନେଇ ଗ୍ରାମରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଓ ଅଭିଭାବକ ଦାବି କରିଛନ୍ତି।

The post ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ appeared first on Dharitri Odia News.