ଗୋଠଛଡା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ: ଲଗାଗଲା ରେଡିଓକୁଲାର
ବଣାଇଁ, ୨।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳରେ ଉତ୍ପାତ ମଚାଇ ଚାଲିଥିବା ଏକ ଗୋଠଛଡା ଦନ୍ତାର ପରିଶେଷରେ ବନବିଭାଗ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି l ଏବେ ଟ୍ରାକିଂ ଏବଂ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l ସମ୍ପୃକ୍ତ ଗୋଠଛଡା ଦନ୍ତା ଦୀର୍ଘ ୮ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବଣାଇଁ ସହର ସମେତ ଆଖ ପାଖରେ ଉତ୍ପାତ ଜାରି ରଖି ବ୍ୟାପକ ଫସଲ […] The post ଗୋଠଛଡା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ: ଲଗାଗଲା ରେଡିଓକୁଲାର appeared first on Dharitri Odia News.
ବଣାଇଁ, ୨।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳରେ ଉତ୍ପାତ ମଚାଇ ଚାଲିଥିବା ଏକ ଗୋଠଛଡା ଦନ୍ତାର ପରିଶେଷରେ ବନବିଭାଗ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି l ଏବେ ଟ୍ରାକିଂ ଏବଂ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି l ସମ୍ପୃକ୍ତ ଗୋଠଛଡା ଦନ୍ତା ଦୀର୍ଘ ୮ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବଣାଇଁ ସହର ସମେତ ଆଖ ପାଖରେ ଉତ୍ପାତ ଜାରି ରଖି ବ୍ୟାପକ ଫସଲ ନଷ୍ଟ ଓ ଦୁଇଶହରୁ ଉର୍ଦ୍ଧ୍ୱ ଘର ଭାଙ୍ଗି ସାରିଥିଲା। ଅଞ୍ଚଳରେ ଏ ନେଇ ଉତ୍ତେଜନା ବୃଦ୍ଧି ପାଇ ଚାଲିଥିବା ଦେଖି ପରିଶେଷରେ ବନବିଭାଗ ଆଜି ପ୍ରତ୍ୟୁଷରେ ଗୋଠଛଡାକୁ ଟ୍ରାଙ୍କୁଲାଇଜ କରି ରେଡିଓକୁଲାର ଲାଗାଇଥିବା ଜଣାପଡିଛି।
ଏବେ ରେଡିଓକୁଲାର ମାଧ୍ୟମରେ ହାତୀର ଲୋକେସନ ପ୍ରତି ବନବିଭାଗ ଧ୍ୟାନ ରଖି, ଆବଶ୍ୟକ ସମୟରେ ପୁନଃଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାଏକ ସୂଚନା ଦେଇଛନ୍ତି l
The post ଗୋଠଛଡା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ: ଲଗାଗଲା ରେଡିଓକୁଲାର appeared first on Dharitri Odia News.