ଗୋଠରେ ଜନ୍ମ ହେଲା ହାତୀଛୁଆ
ବରଗଡ଼/ସୋହେଲା,୩୦।୧୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଛତିଶଗଡ଼ରୁ ଆସି ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସ୍ ଫରେଷ୍ଟ ରେଞ୍ଜ୍ ଅଞ୍ଚଳରେ ବୁଲାବୁଲି କରୁଥିବା ହାତୀପଲରେ ଏକ ହାତୀଛୁଆ ଜନ୍ମ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ହାତୀଛୁଆଟି ଜନ୍ମ ହୋଇଛି। ମାତ୍ର ତାହା ମାଈ ନା ଅଣ୍ଡିରା ଜଣାପଡ଼ିନାହିଁ ବୋଲି ଘେଁସ୍ ରେଞ୍ଜର ବିଜୟଲକ୍ଷ୍ମୀ ପଟେଲ କହିଛନ୍ତି। ହାତୀଛୁଆ ଜନ୍ମ ନେଇ ଡ୍ରୋନ ସାହାଯ୍ୟରେ ଜଣାପଡିଛି ଏବଂ ଏହି ହାତୀପଲରେ ବର୍ତ୍ତମାନ ସମୁଦାୟ ୨୯ ହାତୀ ରହିଛନ୍ତି ବୋଲି ରେଞ୍ଜର […] The post ଗୋଠରେ ଜନ୍ମ ହେଲା ହାତୀଛୁଆ appeared first on Dharitri Odia News.
ବରଗଡ଼/ସୋହେଲା,୩୦।୧୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଛତିଶଗଡ଼ରୁ ଆସି ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସ୍ ଫରେଷ୍ଟ ରେଞ୍ଜ୍ ଅଞ୍ଚଳରେ ବୁଲାବୁଲି କରୁଥିବା ହାତୀପଲରେ ଏକ ହାତୀଛୁଆ ଜନ୍ମ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ହାତୀଛୁଆଟି ଜନ୍ମ ହୋଇଛି। ମାତ୍ର ତାହା ମାଈ ନା ଅଣ୍ଡିରା ଜଣାପଡ଼ିନାହିଁ ବୋଲି ଘେଁସ୍ ରେଞ୍ଜର ବିଜୟଲକ୍ଷ୍ମୀ ପଟେଲ କହିଛନ୍ତି। ହାତୀଛୁଆ ଜନ୍ମ ନେଇ ଡ୍ରୋନ ସାହାଯ୍ୟରେ ଜଣାପଡିଛି ଏବଂ ଏହି ହାତୀପଲରେ ବର୍ତ୍ତମାନ ସମୁଦାୟ ୨୯ ହାତୀ ରହିଛନ୍ତି ବୋଲି ରେଞ୍ଜର ପଟେଲ ସୂଚନା ଦେଇଛନ୍ତି।
ପ୍ରକାଶଥାଉକି, ଗତ ୫ଦିନ ତଳେ ୨୮ଟିକିଆ ଏକ ହାତୀପଲ ଘେଁସ୍ ରେଞ୍ଜ ଅଞ୍ଚଳକୁ ଚାଲି ଆସିଥିବା ଜଣାପଡ଼ିଥିଲା। ସେମାନେ ଏହି ରେଞ୍ଜ୍ର ସୁକଲତେରମା, ଶନିମାଲ, ଜ୍ଞାନ ଆଦି ଅଞ୍ଚଳରେ ଧାନ, ପରିବା ଫସଲ ନଷ୍ଟ କରିଛନ୍ତି। ବର୍ତ୍ତମାନ ମଧ୍ୟ ହାତୀପଲ ଘେଁସ୍ ରେଞ୍ଜ୍ରେ ଅଛନ୍ତି। ସେମାନେ ୨ଭାଗ ହୋଇ ରହିଥିବାବେଳେ କିଛି ହାତୀ ଉକ୍ତ ରେଞ୍ଜ ଅନ୍ତର୍ଗତ କାଲିଡୁଙ୍ଗୁରୀ ଏବଂ ବାକିହାତୀ ଖୁଜେନଡୁଙ୍ଗୁରି ଅଞ୍ଚଳରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀପଲ ଫସଲକ୍ଷତି କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କାହାର ଜୀବନହାନି କରିନାହାନ୍ତି। ହାତୀପଲ ବୁଲୁଥିବା ଅଞ୍ଚଳରେ ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଛି। ହାତୀପଲ ଜନବସତିଠାରୁ ବର୍ତ୍ତମାନ ଦୂରରେ ଥିଲେ ମଧ୍ୟ ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ସତର୍କ ଦୃଷ୍ଟି ରଖିଛି ବୋଲି ଘେଁସ୍ ରେଞ୍ଜର ପଟେଲ କହିଛନ୍ତି।
The post ଗୋଠରେ ଜନ୍ମ ହେଲା ହାତୀଛୁଆ appeared first on Dharitri Odia News.