ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ

ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି। ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ୩ ଘଣ୍ଟା ଧରି ଲାଗି ରହିଥିବା ଅଗ୍ନିକାଣ୍ଡ ଯୋଗୁ ଆଖପାଖର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଅନେକ ଲୋକ ଘରୁ ମୂଲ୍ୟବାନ ଜିନିଷପତ୍ର ନେଇ ଦୌଡି ପଳାଇବାକୁ […] The post ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ appeared first on Dharitri Odia News.

ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ  ଜିନିଷପତ୍ର ନେଇ ଦୌଡିଲେ ଲୋକେ

ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି।
ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ୩ ଘଣ୍ଟା ଧରି ଲାଗି ରହିଥିବା ଅଗ୍ନିକାଣ୍ଡ ଯୋଗୁ ଆଖପାଖର ଲୋକମାନେ ଭୟଭୀତ ହୋଇଯାଇଥିଲେ। ଅନେକ ଲୋକ ଘରୁ ମୂଲ୍ୟବାନ ଜିନିଷପତ୍ର ନେଇ ଦୌଡି ପଳାଇବାକୁ ଲାଗିଥିଲେ। ୫ ଜଣ ଅଗ୍ନିଶମ ବାହିନୀ କର୍ମଚାରୀ ଆସିବା ପରେ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରାଯାଇ ପାର ିନ ଥିଲା। ହୋଲି ଦିନ ଏହି ହଠାତ୍‌ ଅଗ୍ନିକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର କଥା ଶୁଣାଯାଉଛି। କିଏ ଏହି ଅଗ୍ନିକାଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିଲା, ତାହା ପୋଲିସ ତଦନ୍ତ କରିବ ବୋଲି କହିଛି।

The post ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ appeared first on Dharitri Odia News.