ଗୋପପୁରରେ ନନ୍ଦୋତ୍ସବ, ପୁତନା ବଧ
ସମ୍ବଲପୁର: ଶ୍ରୀ କୃଷ୍ଣ ଜନ୍ମ ପରେ ଆଜି ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମଓ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା। ମଥୁରା ନାଗରୀ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ପୁତନାକୁ ଗୋପପୁରେ ଶ୍ରୀକୃଷ୍ଣ ବଧ କରିବା ଦୃଶ୍ୟ ହୃଦୟ ବିଦାରକ ଥିଲା। ଏହି ନାଟ୍ୟ ଅଭିନୟରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ଜନ ସାମଗମ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଗୋପପୁର ଧନୁ ଯାତ୍ରା କମିଟି ସମ୍ପାଦକ ଗଣେଶ ମହତ୍ତମଙ୍କ ଆଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିର ସମ୍ବଲପୁର ଧନୁଯାତ୍ରା […] The post ଗୋପପୁରରେ ନନ୍ଦୋତ୍ସବ, ପୁତନା ବଧ appeared first on Odisha.News.

ସମ୍ବଲପୁର: ଶ୍ରୀ କୃଷ୍ଣ ଜନ୍ମ ପରେ ଆଜି ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମଓ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା। ମଥୁରା ନାଗରୀ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ପୁତନାକୁ ଗୋପପୁରେ ଶ୍ରୀକୃଷ୍ଣ ବଧ କରିବା ଦୃଶ୍ୟ ହୃଦୟ ବିଦାରକ ଥିଲା। ଏହି ନାଟ୍ୟ ଅଭିନୟରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ଜନ ସାମଗମ ହୋଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ଗୋପପୁର ଧନୁ ଯାତ୍ରା କମିଟି ସମ୍ପାଦକ ଗଣେଶ ମହତ୍ତମଙ୍କ ଆଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିର ସମ୍ବଲପୁର ଧନୁଯାତ୍ରା କମିଟିର ସମ୍ପାଦକ ଗୁଣରଞ୍ଜନ ସାଳିମା, ବିଶିଷ୍ଟ କଳାକାର ସୂର୍ଯ୍ୟ ପାଣିଗ୍ରାହୀ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ସମ୍ବଲପୁରୀ ଧନୁଯାତ୍ରା ର ନାଟ୍ୟକାର ଓ ନିର୍ଦେଶକଙ୍କୁ ନନ୍ଦ ରାଜାଙ୍କ ଦ୍ୱାରା ସମ୍ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଥିଲା। ଏହି ଅବସରରେ ଲୁରୁପାଲି ଓ ମହୁଲ ପାଲି ସଂକୀର୍ତନ ପରିବେଷଣ କରିଥିଲେ। ଗୋପପୁର କାର୍ଯ୍ୟକ୍ରମରେ ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁ ଓ କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା ବିଶେଷ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଦିତ୍ୟ ପ୍ରସାଦ ନାୟକ, ସୁରଜ ମହାପାତ୍ର,ଦୁଷ୍ମନ୍ତ କୁମାର ପଣ୍ଡା ଯୋଗେନ୍ଦ୍ର ମାଝୀ ପ୍ରମୁଖ ପରିଚଳନା କରିଥିଲେ।
The post ଗୋପପୁରରେ ନନ୍ଦୋତ୍ସବ, ପୁତନା ବଧ appeared first on Odisha.News.