ଗୋପପୁରେ କାଳିଆ ଦଳନ, କୃଷ୍ଣଙ୍କ ମାଟିଖିଆ, ବିଶ୍ୱ ବ୍ରହ୍ମାଣ୍ଡ ଦୃଶ୍ୟମାନ
ସମ୍ବଲପୁର:ଏକ ଆଧ୍ୟାତ୍ମିକ ପରିବେଶରେ ଆଜି ଗୋପପୁର କୃଷ୍ଣମୟ ହୋଇଛି। କୃଷ୍ଣଙ୍କ ନାମ ସଂକୀର୍ତନରେ ଭାବ ବିହ୍ଵଳ ହୋଇଯାଇଛନ୍ତି ଗୋପପୁର ବାସୀ। ମହାନଦୀ ରେ କାଳୀୟ ଦଳନ ଓ ରାଧାକୃଷ ଙ୍କ ଲୀଳା ଦୃଶ୍ୟରେ ଗୋପପୁର ବାସୀ ଅଵିଭୂତ ହୋଇଯାଇଥିଲେ।କୃଷ୍ଣଙ୍କ ମାଟିଖିଆରେ ବିଶ୍ୱ ବ୍ରହ୍ମାଣ୍ଡ ଦେଖାଯିବା ନାଟକୀୟ ଦୃଶ୍ୟ ଗୋପପୁର ବାସୀଙ୍କ ମୁହଁରେ ହସ ଫୁଟାଇ ସତ୍ୟ ଯୁଗର ଆତ୍ମ ବିଶ୍ୱାସ ତୋଳିଥିବା ଭଳି ମନେ ହେଉଥିଲା। କାଳିଆ ଦଳନ ପରେ କୃଷ୍ଣ ବଳରାମ ମହୁଲପାଲି,ସିକିର୍ଡି.,ଆ.କଟାପାଲି, ଗୋଶାଳା,ଝାଙ୍କରପାଲି,ପରଦେଶୀପଡା ନଗର […] The post ଗୋପପୁରେ କାଳିଆ ଦଳନ, କୃଷ୍ଣଙ୍କ ମାଟିଖିଆ, ବିଶ୍ୱ ବ୍ରହ୍ମାଣ୍ଡ ଦୃଶ୍ୟମାନ appeared first on Odisha.News.

ସମ୍ବଲପୁର:ଏକ ଆଧ୍ୟାତ୍ମିକ ପରିବେଶରେ ଆଜି ଗୋପପୁର କୃଷ୍ଣମୟ ହୋଇଛି। କୃଷ୍ଣଙ୍କ ନାମ ସଂକୀର୍ତନରେ ଭାବ ବିହ୍ଵଳ ହୋଇଯାଇଛନ୍ତି ଗୋପପୁର ବାସୀ।
ମହାନଦୀ ରେ କାଳୀୟ ଦଳନ ଓ ରାଧାକୃଷ ଙ୍କ ଲୀଳା ଦୃଶ୍ୟରେ ଗୋପପୁର ବାସୀ ଅଵିଭୂତ ହୋଇଯାଇଥିଲେ।କୃଷ୍ଣଙ୍କ ମାଟିଖିଆରେ ବିଶ୍ୱ ବ୍ରହ୍ମାଣ୍ଡ ଦେଖାଯିବା ନାଟକୀୟ ଦୃଶ୍ୟ ଗୋପପୁର ବାସୀଙ୍କ ମୁହଁରେ ହସ ଫୁଟାଇ ସତ୍ୟ ଯୁଗର ଆତ୍ମ ବିଶ୍ୱାସ ତୋଳିଥିବା ଭଳି ମନେ ହେଉଥିଲା।
କାଳିଆ ଦଳନ ପରେ କୃଷ୍ଣ ବଳରାମ ମହୁଲପାଲି,ସିକିର୍ଡି.,ଆ.କଟାପାଲି, ଗୋଶାଳା,ଝାଙ୍କରପାଲି,ପରଦେଶୀପଡା ନଗର ଭ୍ରମଣ କରିଥିଲେ। ସୂର୍ଯ୍ୟ ପାଣିଗ୍ରାହୀ ଓ ସତ୍ୟନାରାୟଣ ସାହୁ ଗୋପପୁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଯୁବ ନେତା ଦିଲ୍ଲୀପ ଦୁରିଆ ରାଜଅତିଥି ଭାବେ ଯୋଗଦେଇ ଏଭଳି ଭାବଗତ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଆୟୋଜକ କମିଟିକୁ ଭୁୟସୀ ପ୍ରଶଂସା କରିଥିଲେ।କମିଟି ସମ୍ପାଦକ ଗଣେଶ ମହତ୍ତମ ପରିଚୟ ପ୍ରଦାନ କରି ସଭା କାର୍ଯ୍ୟ ପରିଚଳନା କରିଥିବା ବେଳେ କମଳ ଲୋଚନ ପଣ୍ଡା, ଗୋପପୁର ସଭାପତି ଆଦିତ୍ୟ ପ୍ରସାଦ ନାୟକ, ସୁରଜ ମହାପାତ୍ର, ଯୋଗେନ୍ଦ୍ର ମାଝୀ,ସମେତ କମିଟି ସଦସ୍ୟ ଓ ଚାଉଁରପୁର ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।
ଏହି ଅବସରରେ ଗୋପପୁର ଠାରେ ରାଢ଼ଆପାଲି ଓ ଚାଉଁରପୁର ମହିଳା ସଂକୀର୍ତନ ଦଳ କୃଷ୍ଣ ନାମ ପରିବେଷଣ କରିଥିଲେ।
The post ଗୋପପୁରେ କାଳିଆ ଦଳନ, କୃଷ୍ଣଙ୍କ ମାଟିଖିଆ, ବିଶ୍ୱ ବ୍ରହ୍ମାଣ୍ଡ ଦୃଶ୍ୟମାନ appeared first on Odisha.News.