ଗୋପାଳପୁର ଏନଏସି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ଗୋପାଳପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଏନଏସି ଅଧ୍ୟକ୍ଷ ଏ ଜାନକି ରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଉପାଧ୍ୟକ୍ଷା ବି ଉମାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ। ଏହି ଅବସରରେ ମହିଳାଙ୍କୁ ସମ୍ମାନ ଦେବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ବୋଲି ମତପୋଷଣ କରିବା ସହ ମହିଳା ଚିର ନମସ୍ୟ ବୋଲି ଅତିଥି ମାନେ କହିଥିଲେଏହି ଅବସରରେ ଗୋପାଳପୁର ମହାବିଦ୍ୟାଳୟରେ […]

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ଗୋପାଳପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଏନଏସି ଅଧ୍ୟକ୍ଷ ଏ ଜାନକି ରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଉପାଧ୍ୟକ୍ଷା ବି ଉମାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ। ଏହି ଅବସରରେ ମହିଳାଙ୍କୁ ସମ୍ମାନ ଦେବା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ବୋଲି ମତପୋଷଣ କରିବା ସହ ମହିଳା ଚିର ନମସ୍ୟ ବୋଲି ଅତିଥି ମାନେ କହିଥିଲେଏହି ଅବସରରେ ଗୋପାଳପୁର ମହାବିଦ୍ୟାଳୟରେ ପ୍ରଧାପିକା ଡ଼ ସୁଚିତ୍ରା ବେହେରା,ଏସ ରୁପଲକ୍ଷ୍ମୀ ଓ ଅପରାଜିତା ପାଣ୍ଡେଙ୍କ ସମେତ ଗୋପାଳପୁର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଲ ସାବିତ୍ରୀ ବେହେରା, ଗୃହରକ୍ଷୀ ସନ୍ତୋଷିନୀ ସେଠୀଙ୍କ ସମେତ ଏନଏସିର ସମସ୍ତ ମହିଳା କର୍ମଚାରୀ, ମହିଳା ସଂଘ ସଦସ୍ୟା ମାନଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା।