ଗୋପାଳପୁର ବନ୍ଦରର ଉନ୍ନତି କରଣ କରିବ ଆଦାନି ଗ୍ରୁପ

ଭୁବନେଶ୍ୱର : ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ବୈଠକରେ ୩ ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । କ୍ୟାବିନେଟ ନିଷ୍ପତି ଅନୁସାରେ,ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ମିଳିବ ଚାକିରୀ ,ଅଗ୍ନିବୀରଙ୍କ ପାଇଁ ୧୦%ପ୍ରତିଶତ ଚାକିରୀରେ ସଂକ୍ଷରଣ ଏବଂ ଗୋପାଳପୁର ପୋର୍ଟର ବିକାଶ ପାଇଁ ଆଦାନୀ ଗ୍ରୁପକୁ ୯୫ପ୍ରତିଶତ ମାଲିକାନା ହସ୍ତାନ୍ତର କରାଯିବା ନିଷ୍ପତି ହୋଇଛି । ଆଉ ବାକି ୫ ପ୍ରତିଶତ ଅଂଶଧନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିବ […]

ଗୋପାଳପୁର ବନ୍ଦରର ଉନ୍ନତି କରଣ କରିବ ଆଦାନି ଗ୍ରୁପ
ଗୋପାଳପୁର ବନ୍ଦରର ଉନ୍ନତି କରଣ କରିବ ଆଦାନି ଗ୍ରୁପ

ଭୁବନେଶ୍ୱର : ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ବୈଠକରେ ୩ ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । କ୍ୟାବିନେଟ ନିଷ୍ପତି ଅନୁସାରେ,ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ମିଳିବ ଚାକିରୀ ,ଅଗ୍ନିବୀରଙ୍କ ପାଇଁ ୧୦%ପ୍ରତିଶତ ଚାକିରୀରେ ସଂକ୍ଷରଣ ଏବଂ ଗୋପାଳପୁର ପୋର୍ଟର ବିକାଶ ପାଇଁ ଆଦାନୀ ଗ୍ରୁପକୁ ୯୫ପ୍ରତିଶତ ମାଲିକାନା ହସ୍ତାନ୍ତର କରାଯିବା ନିଷ୍ପତି ହୋଇଛି । ଆଉ ବାକି ୫ ପ୍ରତିଶତ ଅଂଶଧନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିବ ବୋଲି ଆଜି କ୍ୟାବିନେଟ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଗୋପାଳପୁର ବନ୍ଦରର ୯୫ପ୍ରତିଶତ ଅଂଶଧନ ଆଦାନୀ ପାଖରେ ରହିବ ଏବଂ ୫ପ୍ରତିଶତ ଷ୍ଟିଭେଡର୍ସ ପାଖରେ ରହିବ। ଗୋପାଳପୁର ପୋର୍ଟର ସେୟାର ହୋଲଡିଙ୍ଗକୁ ଦୃଢ କରିବାକୁ ଏବଂ ଏହାକୁ ମଲ୍ଟି କାର୍ଗୋ ପୋର୍ଟରେ ପରିଣତ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି ।