ଗୋବିନ୍ଦପୁର ଗୋ ଶାଳାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଗୋ-ଶାଳାକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ସୂଚନା ଥାଉକି ୨୦୧୮ ମସିହାରୁ ସ୍ଥାନୀୟ ଗୋ ପ୍ରେମୀ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଗୋବିନ୍ଦପୁର ଗୋ-ଶାଳାଟି ବିନା କୌଣସି ସରକାରୀ ସହାୟତାରେ ପରିଚାଳିତ ହୋଇ ଆସୁଛି । ବର୍ତ୍ତମାନ ଉକ୍ତ ଗୋ-ଶାଳରେ ପ୍ରାୟ ୩୨୭ ରୁ ଅଧିକ ଅସହାୟ ଗାଈଗୋରୁ ଆଶ୍ରିତ […] The post ଗୋବିନ୍ଦପୁର ଗୋ ଶାଳାକୁ ଜିଲ୍ଲାପାଳଙ୍କ ପରିଦର୍ଶନ appeared first on Odisha.News.

ଗୋବିନ୍ଦପୁର ଗୋ ଶାଳାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଗୋ-ଶାଳାକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସୂଚନା ଥାଉକି ୨୦୧୮ ମସିହାରୁ ସ୍ଥାନୀୟ ଗୋ ପ୍ରେମୀ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଗୋବିନ୍ଦପୁର ଗୋ-ଶାଳାଟି ବିନା କୌଣସି ସରକାରୀ ସହାୟତାରେ ପରିଚାଳିତ ହୋଇ ଆସୁଛି । ବର୍ତ୍ତମାନ ଉକ୍ତ ଗୋ-ଶାଳରେ ପ୍ରାୟ ୩୨୭ ରୁ ଅଧିକ ଅସହାୟ ଗାଈଗୋରୁ ଆଶ୍ରିତ ଥିବା ବେଳେ ସେମାନେ ଖୋଲା ଆକାଶ ତଳେ କାଳାତିପାତ କରୁଛନ୍ତି । ପ୍ରଚଣ୍ଡ ଖରା ଓ ବର୍ଷା ଦାଉରୁ ସେମାନଙ୍କୁ ରକ୍ଷା କରିବା ପାଇଁ କୌଣସି ଆଶ୍ରୟ ସ୍ଥଳୀ ଟିଏ ନାହିଁ । ଯାହା ଫଳରେ ଗାଈଗୋରୁ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୋବିନ୍ଦପୁର ଗୋ-ଶାଳା ପରିଚାଳନା କମିଟି ପକ୍ଷରୁ ଗାଈଗୋରୁଙ୍କ ରହିବା ପାଇଁ ଏକ ସ୍ଥାୟୀ ଆଶ୍ରୟ ସ୍ଥଳୀ ନିର୍ମାଣ ଏବଂ ସେମାନଙ୍କ ଚାରଣ ଭୂମି ନିମନ୍ତେ ଆବଶ୍ୟକ ଜମି ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାକୁ ଗୁରୁତ୍ୱ ସହ ବିଚାର କରି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଗୋବିନ୍ଦପୁର ଗୋ-ଶାଳା ନିମନ୍ତେ ଜମି ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ସହିତ ଲଖନପୁର ତହସିଲଦାର ଲୋପାମୁଦ୍ରା ସାମଲ, ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର, ଝାରସୁଗୁଡା ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ଦାସ, ଗୋବିନ୍ଦପୁର ରାଜସ୍ବ ନିରୀକ୍ଷକ ନାରାୟଣ କୁଅଁର ଗୋବିନ୍ଦପୁର ଗୋ; ଶାଳାକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ କଦମଡିହି ସରପଞ୍ଚ ତରୁଲତା ବାରିକ ଓ ସମିତି ସଭ୍ୟ ପବିତ୍ର ବିଶ୍ଵାଳ, ପୂର୍ବତନ ସରପଞ୍ଚ ଉତ୍ତମ ନେଗୀ, ସମାଜସେବୀ ପିକୁ ମିଶ୍ର, ଉଦିତ ପଟେଲ, ପ୍ରମୋଦ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

The post ଗୋବିନ୍ଦପୁର ଗୋ ଶାଳାକୁ ଜିଲ୍ଲାପାଳଙ୍କ ପରିଦର୍ଶନ appeared first on Odisha.News.